ଭୁବନେଶ୍ବର: ଆଜି କୁମାର ପୂର୍ଣ୍ଣିମାରେ ହୋଇଛି ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ। ଆଜି ମଧ୍ୟରାତ୍ରିରେ ଭାରତର ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହୋଇଛି ଏହି ଚନ୍ଦ୍ରଗ୍ରହଣ। ଏହି ଚନ୍ଦ୍ରଗ୍ରହଣ ଭାରତ ସମେତ ପଶ୍ଚିମ ପ୍ରଶାନ୍ତ ମହାସାଗର ଅଞ୍ଚଳ, ଅଷ୍ଟ୍ରେଲିଆ, ଏସିଆ, ୟୁରେପ, ଆଫ୍ରିକା, ପୂର୍ବ ଦକ୍ଷିଣ ଆମେରିକା, ଉତ୍ତର-ପୂର୍ବ ଉତ୍ତର ଆମେରିକା, ଆଟ୍‌ଲାଣ୍ଟିକ୍‌ ମହାସାଗର, ଭାରତ ମହାସାଗର ଓ ଦକ୍ଷିଣ ପ୍ରଶାନ୍ତ ମହାସାଗର ଆଦି ଅଞ୍ଚଳରେ ଦୃଶ୍ୟମାନ ହୋଇଛି। ଗ୍ରହଣର ସ୍ପର୍ଶ ରାତି ୧ଘଣ୍ଟା ୪ ମିନିଟ୍ ୫୫ ସେକେଣ୍ଡରେ ଆରମ୍ଭ ହୋଇ ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ଘଟିଥିଲା। ଗ୍ରହଣର ଅବଧି ଥିଲା ୧ଘଣ୍ଟା ୧୯ମିନିଟ ୭ ସେକେଣ୍ଡ। ଶାସ୍ତ୍ର ଅନୁସାରେ, ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅପରାହ୍‌ଣ ୪ଟା ୪ ମିନିଟ୍ ୫୫ ସେକେଣ୍ଡରୁ ରାତି ୨ଟା ୨୪ମିନିଟ୍‌ ୨ ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ ସହିତ ଅନ୍ନ ଭୋଜନ ଓ ଦେବନୀତି ନିଷିଦ୍ଧ ପାଇଁ ପରାମର୍ଶ ରହିଥିଲା।