ସମ୍ବଲପୁର: ପ୍ରଥମଥର ପାଇଁ ସମ୍ବଲପୁର ରେଳ ମଣ୍ଡଳରୁ ଏକ ମକା ବୋଝେଇ ମାଲବାହୀ ଟ୍ରେନ୍ ବାଂଲାଦେଶ ଅଭିମୁଖେ ଯାତ୍ରା କରିଛି। ସମ୍ବଲପୁର ମଣ୍ଡଳ ଅନ୍ତର୍ଗତ ଟିଟିଲାଗଡ଼-ରାୟପୁର ସେକସନ୍ ମଧ୍ୟରେ ଥିବା ମହାସମୁନ୍ଦ ଜିଲ୍ଲାର ବେଲସଣ୍ଡା ଷ୍ଟେସନ୍ ସାଇଡିଂରୁ ଏହି ୪୨ ୱାଗନ୍ ବିଶିଷ୍ଟ ରୢାକ୍ରେ ମକା ମଞ୍ଜି ବୋଝେଇ ହୋଇ ବାଂଲାଦେଶକୁ ଯାଇଛି। ଏଥିରେ ମୋଟ ୨୪୩୬ ଟନ୍ ଓଜନର ମକା ରପ୍ତାନୀ କରାଯାଇଛି। ଏହା ପରେ ଟ୍ରେନ୍ ଦ୍ବାରା କୃଷିଜାତ ଉତ୍ପାଦ ଗୁଡ଼ିକୁ ସୁରକ୍ଷିତ ଉପାୟରେ କମ୍ ସମୟରେ ପଡ଼ୋଶୀ ଦେଶକୁ ପଠାଇ ହେବ। ସମ୍ବଲପୁର ମଣ୍ଡଳ ରେଳ ପ୍ରବନ୍ଧକ ପ୍ରଦୀପ କୁମାର ବାଂଲାଦେଶକୁ ଦୂରଗାମୀ ଟ୍ରାଫିକ୍ର ସଫଳତା ପାଇଁ କର୍ମଚାରୀ ମାନଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଏହାଦ୍ବାରା ରପ୍ତାନୀକାରୀ ମାନେ ବି ଲାଭରେ ରହିବେ ବୋଲି ସମ୍ବଲପୁର ରେଳ ମଣ୍ଡଳ ପକ୍ଷରୁ ଏକ ପ୍ରେସ୍ ବିବୃତିରେ କହାଯାଇଛି।
ସମ୍ବଲପୁର ମଣ୍ଡଳରୁ ବାଂଲାଦେଶକୁ ଗଲା ମକା ମଞ୍ଜି ବୋଝେଇ ଟ୍ରେନ୍
/sambad/media/post_attachments/wp-content/uploads/2020/12/sfhsf654654654sfhhfhsfhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)