୨୨ ବର୍ଷ ହେଲା ମୁଣ୍ଡ କୁଣ୍ଡାଇ ନାହାନ୍ତି ଆଦିବାସୀ ମହିଳା

ଆନନ୍ଦପୁର : ୨୨ ବର୍ଷ ହେଲା ମୁଣ୍ଡ କୁଣ୍ଡାଇ ନାହାନ୍ତି ଜଣେ ଆଦିବାସୀ ମହିଳା। ତାଙ୍କ ଚୁଟି ଏବେ ପାଞ୍ଚ ଫୁଟରୁ ଊର୍ଦ୍ଧ୍ବ ଲମ୍ବର ହେଲାଣି। ନୁଖୁରା ମୁଣ୍ଡର ଲମ୍ବା ଚୁଟିକୁ ଧରି ସ୍ବାଭାବିକ୍ ଭାବେ ଘସିପୁରା ମେଡ଼ିକାଲ ରୋଡ଼ର ମାନୀ ହୋଇ(୬୦) ବୁଲୁଛନ୍ତି ଏବଂ କାମ କରୁଛନ୍ତି।

ମାନୀଙ୍କ କହିବା ଅନୁସାରେ ୧୯୯୯ ମହାବାତ୍ୟା ସମୟରେ ସେ କାମଧନ୍ଦା କରିବାକୁ ପାରାଦୀପ ଯାଇଥିଲେ। ମହାବାତ୍ୟାରେ ଚାରିଆଡ଼େ ପାଣି ମାଡ଼ିଯିବାପରେ ଚାଲିଚାଲି ଘରକୁ ଫେରିଥିଲେ। ସେହି ସମୟରେ ୫ ଦିନ ଧରି ମୁଣ୍ଡ କୁଣ୍ଡାଇବା ସମ୍ଭବ ହୋଇ ନଥିଲା। ଏହାପରଠାରୁ ଆଉ ମୁଣ୍ଡ କୁଣ୍ଡାଇବାକୁ ଇଚ୍ଛା ହୋଇ ନଥିଲା। ‌ସେବେଠାରୁ ତାଙ୍କର ଚୁଟି ବଢିଯାଇ ଏବେ ତଳେ ଲାଗି ଗଲାଣି।

ସମ୍ବନ୍ଧିତ ଖବର