ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ଜୋଙ୍କ ଥାନା ଅନ୍ତର୍ଗତ ୩୫୩ନଂ ଜାତୀୟ ରାଜପଥ ଗୋତମାଠାରେ ଶନିବାର ବିଳମ୍ବିତ ରାତିରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ଦୁଇଟି ଗଛକୁ ପିଟି ଓଲଟି ପଡ଼ିଥିଲା। ଏଥିରେ ଘଟଣାସ୍ଥଳରେ ଚାଳକ ମଧ୍ୟପ୍ରଦେଶ ସିଧି ଜିଲ୍ଲା ନିବାସୀ ରାଜୁ ସାହୁ (୩୨)ଙ୍କ ମୃତ୍ୟୁ ଘଟିଛି। ଆର୍ଏସ୍ କମ୍ପାନିର ଟ୍ରକ୍ଟି ବିଶାଖାପାଟଣାରୁ କୋଇଲା ବୋଝେଇ କରି ରାୟପୁରକୁ ଯାଉଥିବା ବେଳେ ଗୋତମାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଖରିଆର ରୋଡ଼ ଜୋଙ୍କ ପୁଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ଗ୍ୟାସ କଟର୍ ସାହାଯ୍ୟରେ ଟ୍ରକ୍କୁ କଟାଯାଇ ମୃତଦେହ ଉଦ୍ଧାର କରାଯାଇଥିଲା। ଏନେଇ ପୁଲିସ୍ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/prayagraj-news-accident-in-prayagraj_1607961537.jpeg)