ଭିଡିଓ: କୂଅ ଭିତରେ ପଡ଼ିଯାଇଥିଲା ଦନ୍ତାହାତୀ, ଜେସିବି ସାହାଯ୍ୟରେ ଉଦ୍ଧାର

ହିନ୍ଦୋଳ: କୂଅରେ ପଡ଼ିଥିବା ଏକ ଦନ୍ତାହାତୀକୁ ଜେସିବି ଦ୍ୱାରା ଉଦ୍ଧାର କରାଯାଇଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଂଜ ଅନ୍ତର୍ଗତ ଖାଲିବୋରୀ ଗାଁରେ ଆଜି ଦନ୍ତାହାତୀକୁ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ ଆଜି ଭୋର ସକାଳୁ ଲୋକମାନେ ୧୫ରୁ ୧୮ ବର୍ଷ ବୟସର ଏକ ଦନ୍ତାହାତୀ ଖାଲିବୋରୀ ଗାଁର ଜଣେ ଚାଷୀଙ୍କ କ୍ଷେତରେ ଥିବା କୂଅରେ ପଡ଼ିଥିବା ଦେଖିଥିଲେ। ସେହି ସମୟରେ ଦନ୍ତା କୂଅ ଭିତରେ ଛଟପଟ ହେଉଥିଲା। ଚିତ୍କାର କରି ଶୁଣ୍ଢକୁ କଚାଡୁଥିଲା। କିନ୍ତୁ ଦନ୍ତାଟି ବାହାରକୁ ଆସିବାର ସୁଯୋଗ ନଥିଲା। ଦନ୍ତା କୂଅ ଭିତରେ ପଡ଼ିବା ଖବର ମିଳିବା ପରେ ଗାଁ ଲୋକଙ୍କର ଭିଡ଼ ବଢ଼ିଥିଲା। ଶେଷରେ ସ୍ଥାନୀୟ ଲୋକେ ହାତୀଟି କୂଅ ଭିତରେ ପଡ଼ିଥିବା ନେଇ ବନ ବିଭାଗକୁ ସୂଚନା ଦେଇଥିଲେ।

ଖବର ମିଳିବା ପରେ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚିଥିଲେ। ପରେ ବନ ବିଭାଗର କର୍ମଚାରୀଙ୍କ ଉପସ୍ଥିତିରେ ବିପଦରେ ପଡ଼ିଥିବା ଦନ୍ତାହାତୀକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର