ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ଭିନ୍ନମୋଡ଼: ସାଙ୍ଗମାନେ ହତ୍ୟା କରିଥିବା ଅଭିଯୋଗ

ଉଦଳା-୧: ଗତକାଲି ଦେବକୁଣ୍ଡରେ ବୁଡ଼ି ଡାକ୍ତରୀ ଛାତ୍ର ଲିପେନ କୁମାର ସାହୁଙ୍କ ମୃତ୍ୟୁ ଘଟଣା ଭିନ୍ନମୋଡ଼ ନେଇଛି। ଏହା କୌଣସି ଦୁର୍ଘଟଣା ନୁହେଁ, ବରଂ ଲିପେନଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ଘଟଣାସ୍ଥଳରେ ପାଣିର ଗଭୀରତା କମ୍ ଥିବା ବେଳେ ଲିପେନ ୬ ଫୁଟ୍‌ ଉଚ୍ଚ ଥିଲେ। ତେଣୁ ପାଣିରେ ବୁଡ଼ି ତାଙ୍କର ମୃତ୍ୟୁକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ପରିବାର ଲୋକେ। ପୂର୍ବରୁ ଲିପେନଙ୍କୁ ରୢାଗିଂ କରାଯାଇଥିଲା ଓ ସେ ଏଥିରେ ଆହତ ମଧ୍ୟ ହୋଇଥିଲେ। ଭଲ ପାଠ ପଢ଼ୁଥିବାରୁ ଈର୍ଷାପରାୟଣ ହୋଇ ସାଙ୍ଗମାନେ ତାଙ୍କୁ ମାରି ଦେଇଥିବା କହିଛନ୍ତି ଲିପେନଙ୍କ ମାମୁ। ପରିବାର ଲୋକଙ୍କ ଅଭିଯୋଗକ୍ରମେ ଉଦଳା ପୁଲିସ ୧୭୯/୨୩ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ; ପିଆରଏମ୍ ମେଡିକାଲ କଲେଜର ତୃତୀୟ ବର୍ଷର ଛାତ୍ର ଲିପେନ କୁମାର ସାହୁ ୭ ଜଣ ସାଙ୍ଗଙ୍କ ସହିତ ଗତକାଲି ଦେବକୁଣ୍ଡ ବୁଲିବାକୁ ଆସିଥିବା ବେଳେ ଏଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର