କେନ୍ଦୁଝର : ଘର ପାଖରେ ଖେଳୁଥିବା ବେଳେ ଦୁଇବର୍ଷର ଶିଶୁପୁତ୍ରର ଗୁପ୍ତାଙ୍ଗ କାଟି ନେଇଛନ୍ତି ଦୁର୍ବୃତ୍ତ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ତୁରୁମୁଙ୍ଗା ଥାନା ଚେମଣା ପଞ୍ଚାୟତ ଅନ୍ତର୍ଗତ ଭୃଙ୍ଗରାଜପଶି ଗ୍ରାମରେ। ପ୍ରାପ୍ତ ସୂଚନା ଅନୁସାରେ, ଗ୍ରାମର ଟୁନା ମୁଣ୍ଡା କାମ କରିବାକୁ ବାହାରକୁ ଯାଇଛନ୍ତି।

Advertisment

ଆଜି ତାଙ୍କ ପତ୍ନୀ କୌଣସି କାମରେ ବାହାରକୁ ଯାଇଥିବା ବେଳେ ଘର ପାଖରେ ଦୁଇବର୍ଷର ଶିଶୁପୁତ୍ର ରଂଜନ ଖେଳୁଥିଲା। ଅପରାହ୍‌ଣ ପ୍ରାୟ ସାଢ଼େ ୨ଟାବେଳକୁ ଟୁନାଙ୍କ ପତ୍ନୀ ଘରକୁ ଫେରିଥିଲେ। ଘରେ ଦୁଇବର୍ଷର ପୁଅ ରକ୍ତାକ୍ତ ଅବସ୍ଥା ଖୁବଜୋରରେ କାନ୍ଦୁଥିଲା। ତା’ର ଗୁପ୍ତାଙ୍ଗକୁ କିଏ କାଟି ନେଇଥିବା ଜଣାପଡ଼ିଥିଲା। ପରିବାର ଲୋକେ ତୁରନ୍ତ ଶିଶୁଟିକୁ କେନ୍ଦୁଝର ଡାକ୍ତରଖାନା ଆଣିଥିଲେ। ତା’ର ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ବାପା ଟୁନା ଘରକୁ ଫେରି ନଥିବାରୁ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।