ବରଗଡ଼: ‘ସମ୍ବାଦ ସାହିତ୍ୟଘର’ ଆନୁକୁଲ୍ୟରେ ଆସନ୍ତା ଜାନୁଆରି ୧ ତାରିଖ ସକାଳ ୧୦ଟାରେ ସମୟରେ ସ୍ଥାନୀୟ ଲେଙ୍ଗୁ ମିଶ୍ର ଷ୍ଟାଡିୟମରେ ବୟନିକା ବସ୍ତ୍ର ପ୍ରଦର୍ଶନୀ ପରିସରରେ ଧନୁଯାତ୍ରା ଉପରେ ଆଧାରିତ ସାଧାରଣ ଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବ।
ସାଧାରଣ ଜ୍ଞାନ ପ୍ରତିଯୋଗିତା ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ପିଲାଙ୍କ ମଧ୍ୟରେ ଓ ପ୍ରବନ୍ଧ ପ୍ରତିଯୋଗିତା ଯୁକ୍ତ ଦୁଇରୁ ସ୍ନାତକୋତ୍ତର ପିଲାଙ୍କ ମଧ୍ୟରେ ‘ବରଗଡ଼ ଧନୁଯାତ୍ରା: ଏକ ସାର୍ଥକ ଲୋକନାଟକ’ ଶୀର୍ଷକ ବିଷୟ ଉପରେ ଆଧାରିତ ହେବ। ପ୍ରତିଯୋଗିତାରେ ଭାଗ ନେବାକୁ ଆଗ୍ରହୀ ଛାତ୍ରଛାତ୍ରୀ ସାହିତ୍ୟ ଘରର ସମ୍ପାଦକ ଡ. ରବିନାରାୟଣ ସାହୁଙ୍କ ମୋବାଇଲ ନମ୍ବର ୯୮୬୧୦୮୯୩୪୮ରେ ଯୋଗାଯୋଗ କରି ନାମ ପଞ୍ଜୀକରଣ କରିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/20-20.jpg)