ବୀରମହାରାଜପୁର: କଥାରେ ଅଛି ବ୍ରିଟିଶ୍ ମାନେ ଭାରତ ଛାଡି ଗଲାପରେ ମଧ୍ୟ ଭାରତ ସ୍ବାଧୀନତା ୭୫ ବର୍ଷ ପୁର୍ତ୍ତିର ଅମୃତ ମହୋତ୍ସବ ପାଳନ କରୁଛି ସମଗ୍ର ଦେଶ । କିନ୍ତୁ ଏବେବି କିଛି ଅଧିକାରୀ ଅଛନ୍ତି ସେମାନେ ବ୍ରିଟିଶ ରାଜ ଚଳାଇଛନ୍ତି । ଏହାର ଏକ ଜ୍ବଳନ୍ତ ଉଦାହରଣ ଶନିବାର ଦେଖିବାକୁ ମିଳିଛି ବୀରମହାରାଜପୁର ଥାନାର ଅଭ୍ୟର୍ଥନା କକ୍ଷରେ ଅନୁଷ୍ଠିତ ଆମ ପୁଲିସ କାର୍ଯ୍ୟକ୍ରମରେ । କମିଟିର କିଛି ସଦସ୍ୟଙ୍କୁ ଫୋନ ମାଧ୍ୟମରେ ୪ଟାରେ ଆମ ପୁଲିସ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଥିଲା। କମିଟିର ଅନେକ ସଦସ୍ୟଙ୍କୁ ବୈଠକ ଆରମ୍ଭ ହେବାପରେ ଡ଼କା ଯାଇଥିଲା । ବୀରମହାରାଜପୁର ବରିଷ୍ଠ ନାଗରିକ ସଙ୍ଗଠନର ସଭାପତି, ପୂର୍ବତନ ଜିଲ୍ଲା ଉଚ୍ଚ ଶିକ୍ଷା ପରାମର୍ଶ ଦାତା ତଥା ଅବସରପ୍ରାପ୍ତ ବୀରମହାରାଜପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ପ୍ରଫୁଲ୍ଲ କୁମାର ରଥ ଓ ଅନ୍ୟ କିଛି ସଦସ୍ୟ ଥାନା ପରିସରରେ ଥିବା ଅଭ୍ୟର୍ଥନା କକ୍ଷରେ ପହଞ୍ଚିଥିଲେ। ପ୍ରାୟ ୪୫ ମିନିଟ ଅପେକ୍ଷା କଲା ପରେ ଖବର ପାଇ କିଛି ପୁଲିସ୍ କର୍ମଚାରୀ ଓ ଥାନା ଧିକାରୀ ସେଠାରେ ପହଞ୍ଚି ଥିଲେ ।
ବହୁ କମ୍ ସଦସ୍ୟ କେମିତି ଉପସ୍ଥିତ ଅଛନ୍ତି ବୋଲି ସଦସ୍ୟମାନେ ପଚାରିବାରୁ ପୁଲିସ୍ ଅଧିକାରୀ ବିଭିନ୍ନ ସଦସ୍ୟଙ୍କୁ ଫୋନ କରି ଡାକିଥିଲେ ଆମ ପୁଲିସ୍ କାର୍ଯ୍ୟକ୍ରମ ବୈଠକ ଆରମ୍ଭ ହେବ ଆସନ୍ତୁ ବୋଲି । ଏହା ପରେ କିଛି ସଦସ୍ୟ ପହଞ୍ଚିବା ପରେ ବରିଷ୍ଠ ସଦସ୍ୟ ଯୁଗଳ କିଶୋର ମିଶ୍ର ବ୍ରିଟିଶ ଢାଞ୍ଚାରେ ବୀରମହାରାଜପୁର ପୁଲିସ ଆମ ପୁଲିସ କାର୍ଯ୍ୟକ୍ରମ କରୁଛି ବୋଲି କହିବାରୁ ଥାନା ଅଧିକାରୀ ପଦ୍ମାସିନୀ ମେହେର ମୁଁ ଅନ୍ୟମାନଙ୍କୁ ଦାୟିତ୍ଵ ଦେଇଥିଲି ସେମାନେ ଏହାକୁ ଠିକ୍ ଭାବରେ କରିନାହାନ୍ତି ବୋଲି ଦୋଷ ଲଦିଥିଲେ । ନିୟମ ଅନୁସାରେ ଅନ୍ତତଃ ଗୋଟିଏ ଦିନ ପୂର୍ବରୁ କମିଟି ସଦସ୍ୟ ମାନଙ୍କୁ ସୂଚନା ଦେବା କଥା । ଏହା ସହିତ ଯେଉଁ ସମୟରେ ପୁଲିସ ବୈଠକ ଡାକିଛି ତା ପୂର୍ବରୁ ସେଠାରେ ତାଙ୍କର ଲୋକ ରହିବା କଥା। କିନ୍ତୁ ବୈଠକ ଡାକି ବରିଷ୍ଠ ସଦସ୍ୟ ମାନେ ପହଞ୍ଚିବା ୪୫ ମିନିଟ ପରେ ପୁଲିସ ଅଧିକାରୀ ପହଞ୍ଚିବା ଏହା ବ୍ରିଟିଶ ରାଜଠୁ ଭିନ୍ନ ନୁହେଁ ବୋଲି କହିଥିଲେ ଅନେକ ସଦସ୍ୟ ।
/sambad/media/post_attachments/wp-content/uploads/2022/10/୪.jpg)
ଏହାପରେ ଥାନ। ଅଧିକାରୀ ପଦ୍ମାସିନୀ ମେହେର ଆଗକୁ ଏଭଳି ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ଆଲୋଚନା ଆରମ୍ଭ ହୋଇଥିଲା । ବିଶେଷ ଭାବରେ ବୀରମହାରାଜପୁର ମୁଖ୍ୟ ଛକ,ଦୈନିକ ବଜାର, ଷ୍ଟେଟବ୍ୟାଙ୍କ ଛକ ଅଞ୍ଚଳରେ ଟ୍ରାଫିକ୍ ସମାସ୍ୟା ହେଉଛି । ଏହା ସହିତ ସମସ୍ତ ଘରୋଇ ବସ୍ ବସଷ୍ଟାଣ୍ଡ ଛାଡିବା ପରେ ମୁଖ୍ୟ ଛକ ପାଖରେ ଅନେକ ସମୟ ଛିଡ଼ା ହୋଇ ରହୁଥିବାରୁ ଟ୍ରାଫିକ୍ ସମାସ୍ୟା ବଢ଼ୁଛି ବୋଲି କହିଥିଲେ । ଏହା ବ୍ୟତୀତ ରାତିରେ ପୁଲିସ ପାଟ୍ରୋଲିଙ୍ଗ୍ ଓ ଥାନା ସମ୍ବୁଖରେ ଥିବା ମିନି ଷ୍ଟାଡିୟମରେ ରିତିମତ ମଦ୍ୟପାନ କରି ବୋତଲ ପକାଉଥିବାରୁ ଭୋର ସକାଳୁ ଯୋଗ,ପ୍ରାଣାୟମ, ମର୍ଣ୍ଣିଙ୍ଗ୍ ୱ।କ୍ ଓ ଫୁଟବଲ ଖେଳାଳିମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥି ପ୍ରତି ଧ୍ୟାନ ଦେବାକୁ ଆଲୋଚନା ହୋଇଥିଲା । ଥାନା ଅଧିକାରୀ ଆଜି ଠାରୁ ଏଥିପ୍ରତି ଧ୍ୟାନ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲି। ଆଜିର ଏହି ବୈଠକରେ ବରିଷ୍ଠ ନାଗରିକ ସଙ୍ଗଠନର ସଭାପତି ଡ଼ ପ୍ରଫୁଲ୍ଲ କୁମାର ରଥ, ଚମ୍ପାମାଳଲ ସରପଞ୍ଚ ମହେନ୍ଦ୍ର ଜଗଦଲା, ଶିବ ଶତପଥୀ, ପ୍ରକାଶ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ର, ସାମ୍ବାଦିକ ରବୀନ୍ଦ୍ର କୁମାର ହୋତା, ସାମ୍ବାଦିକ ସତ୍ୟବାନ ପୁରୋହିତ, ନବୀନ ବାରିକ୍, ବିକାଶ କଲତା ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ତିତ ଥିଲେ । ଶେଷରେ ସବଇନିସ୍ପେକ୍ଟର ପ୍ରଭାତୀ ଦାସ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/୩.jpg)