ସମାଜରେ ଝିଅ ବି କମ୍‌ ନୁହଁନ୍ତି : ଜଣେ ଗରିବ ଲୋକର ଶବ ସତ୍କାର ପାଇଁ ଆଗେଇ ଆସିଲେ ସ୍ବେଛାସେବୀ ଝିଅ

ଭବାନୀପାଟଣା : ସମାଜରେ ଝିଅ ବି କମ୍ ନୁହଁନ୍ତି । କରୋନା ସମୟରେ ଲୋକେ ଘରୁ ନ ବାହାରୁଥିବା ବେଳେ କେବଳ ଜରୁରୀ କାମରେ ହିଁ ବାହାରକୁ ଆସୁଛନ୍ତି । କୋଭିଡ କଟକଣା ଯୋଗୁଁ ଲୋକେ କରୋନା ନ ହୋଇ ମୃତ୍ୟୁବରଣ କଲେ ମଧ୍ୟ ପୁରୁଷମାନେ ଶବ ସତ୍କାର କରିବାକୁ ଆସୁନାହାନ୍ତି। ଏଭଳି ସ୍ଥଳେ ଜଣେ ସ୍ବେଚ୍ଛାସେବୀ ଝିଅ ଜଣେ ଗରିବ ଲୋକଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ ଆଗେଇ ଆସିବା ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ସହରସ୍ଥିତ ବାହାଦୂରବଗିଚା ପଡାର ମୀନକେତନ ମାଝୀ(୫୭) ଓ ତାଙ୍କ ୨୫ ବର୍ଷର ପୁଅ ମାନସିକ ବିକୃତି ଅଟନ୍ତି । ଏହି ଦୁଇଜଣ ଛାଡି ଦେଲେ ତାଙ୍କର କେହି ମଧ୍ୟ ଆତ୍ମୀୟ ନାହାନ୍ତି । ଆଜି ହଠାତ ମୀନକେତନ ମାଝୀଙ୍କ ଦେହାନ୍ତ ହୋଇଥିଲା । ପରିବାର କେହି ନଥିବାରୁ ଅନ୍ତେଷ୍ଟ୍ରିକ୍ରିୟା କରିବାରେ ଜଣେ ମାନସିକ ବିକୃତି ପୁଅ କିଭଳି କରିବ ସେ ନେଇ ଦ୍ଵନ୍ଦରେ ଥିଲେ ଲୋକେ । ଏହି ଖବର ପ୍ରଚାରିତ ହେବା ପରେ ସ୍ବେଛାସେବୀ ବିନିତା ଦାସ ମୃତ ମିନିକେତର ଶବ ସତ୍କାର ପାଇଁ ସହଯୋଗର ହାତ ବଢ଼ାଇଥିଲେ । ଶବ ସତ୍କାର ପାଇଁ ଲୋକ ଠିକ କରିବା ଠାରୁ କାଠ ଯୋଗାଡ଼ ମଧ୍ୟ କରିଥିଲେ।

ଅନ୍ୟ ପକ୍ଷରେ ଏହି ଖବର ଜଣା ପଡିବା ପରେ ସ୍ବେଚ୍ଛାସେବୀ ଜଗନ୍ନାଥ ନାଏକ ଓ ତାଙ୍କ ସହଯୋଗୀ ମଧ୍ୟ ସାହାର୍ଯ୍ୟର ହାତ ବଢାଇଥିଲେ। ପରେ ନିକଟସ୍ଥ ଶ୍ମଶାନରେ ମିନିକେତଙ୍କ ଶବ ସତ୍କାର କରାଯାଇଥିଲା । ସହରରେ ନିଜକୁ ସମାଜସେବୀର ପରିଚୟ ଦେଉଥିବା ଲୋକେ କରୋନାକୁ ଡରି ବାହାରକୁ ନ ଆସୁଥିବା ବେଳେ ଜଣେ ମହିଳା ହୋଇ ଏକ ଉଦାହରଣ ସୃଷ୍ଟି କରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର