ମହାଲେଖାକାର କାର୍ଯ୍ୟାଳୟରେ ସାପ୍ତାହିକ ଅଭିଯୋଗ ସମାଧାନ ଦିବସ ଅନୁଷ୍ଠିତ

ଭୁବନେଶ୍ୱର : ସ୍ଥାନୀୟ ମହାଲେଖାକାର କାର୍ଯ୍ୟାଳୟରେ ସାପ୍ତାହିକ ପେନ୍‌ସନ୍‌ ଓ ଭବିଷ୍ୟନିଧି ଅଭିଯୋଗ ସମାଧାନ ଦିବସ ମହାଲେଖାକାର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସମାଧାନ ଦିବସରେ ବରିଷ୍ଠ ଉପ-ମହାଲେଖାକାର ଶ୍ରୀରାଜ ଅଶୋକ, ଉପ-ମହାଲେଖାକାର ଏସ. ଅରୁଣା, ପି. ଅଶୋକାନ ଏହି ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ରହି ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଅବସରକାଳୀନ ଦେୟ ସମ୍ବନ୍ଧୀୟ ଅଭିଯୋଗ ଶୁଣିବା ସହ ଏହା ଉପରେ ତତ୍କାଳୀନ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ। ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକ ଓ ବରିଷ୍ଠ ଲେଖା ଅଧିକାରୀ ସରୋଜ କୁମାର ବେହେରା ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ମହାଲେଖାକାର କାର୍ଯ୍ୟାଳୟରେ ଚାଲୁ ରହିବ ବୋଲି ପ୍ରକାଶ କରିଥିଲେ। ବରିଷ୍ଠ ଲେଖା ଅଧିକାରୀ ଶ୍ରୀ ଚାର ଓରାମ, ବାବାଜୀ ସାହୁ ଓ କଲ୍ୟାଣ କୁମାର ପଣ୍ଡା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର