ଦାନଗଦୀ : ଇସ୍ପାତ ରାଜଧାନୀ କଳିଙ୍ଗନଗରରେ ମାଳମାଳ ବୃହତ୍‌ ଶିଳ୍ପ ଗଢ଼ିଉଠିଛି। ମାତ୍ର କ୍ଷୁଦ୍ର ଶିଳ୍ପକୁ ଅଣଦେଖା କରାଯାଉଥିବା ପରିଲକ୍ଷିତ ହେଉଛି। କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ଜିନ୍ଦଲ କାରଖାନା ସମ୍ମୁଖରେ ଥିବା ଇଡ୍‌କୋର ୧୯ ଏକର ଜମିକୁ ୩ ଟି ସଂସ୍ଥା ନେଇଛନ୍ତି। ସେମାନଙ୍କ ମଧ୍ୟରୁ ଏମଆଇପିଏଲ୍ ନାମକ ସଂସ୍ଥାକୁ ୨୦୧୯ ଅକ୍ଟୋବର ୨୦ ରେ ଇଡ୍‌କୋ (ଓୟାର ହାଉସ) ପାଇଁ ୯ ଏକର ଜମି ପ୍ରଦାନ କରିଛି। ନିକଟରେ ସଂପୃକ୍ତ ସଂସ୍ଥା ପକ୍ଷରୁ ଏହି ଜାଗା ଉପରେ ଅଫିସ ପାଇଁ ଏକ କଣ୍ଟେନର ରଖାଯାଇଛି। ଏହାକୁ ଦେଖିବା ପରେ ସ୍ଥାନୀୟ ସିଆରିଆ ଗ୍ରାମର  କିଛି ଲୋକ  ଏକତ୍ରିତ ହୋଇ କଣ୍ଟେନର ସମେତ ଅଧିଗ୍ରହଣ ଜମିରେ ତାରବାଡ଼ ବୁଲାଇ ଦେଇଛନ୍ତି।

Advertisment

publive-image

କଳିଙ୍ଗନଗରରେ ଏବେ ଛୋଟବଡ଼ କରି ୪/୫ ଟି କ୍ଷୁଦ୍ରଶିଳ୍ପ କାର୍ଯ୍ୟକ୍ଷମ ହୋଇଛି। ହଠାତ ଏହି ଜାଗାକୁ ବିରୋଧ କରିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା କୁହାଯାଉଛି। ୯ ଏକର ଜମିରେ ୧୫ କୋଟି ଟଙ୍କା ବ୍ୟୟରେ ଏହି ଓୟାର ହାଉସ୍ ପ୍ରତିଷ୍ଠା ହେଲେ ସ୍ଥାନୀୟ ଅଞ୍ଚଳର ବେକାର ଯୁବକଯୁବତୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ପ୍ରାୟ ୧୫୦ ଜଣ ନିଯୁକ୍ତି ପାଇପାରିବେ। ସେହିପରି ୩ ବର୍ଷ ହେବ ମେସ୍କୋ କାରଖାନା ବନ୍ଦ ଥିବାବେଳେ ୧୯୯୨ ରେ ଇଡ୍‌କୋ ଜମି ଅଧିଗ୍ରହଣ କରି ଜମି ମାଲିକଙ୍କୁ କ୍ଷତିପୂରଣ ଦେଇ ବିସ୍ଥାପିତ କରି ତ୍ରିଜଙ୍ଗା କଲୋନିରେ ଥଇଥାନ କରିଛି। ବିଶେଷକରି ରାଜ୍ୟ ସରକାର କଳିଙ୍ଗନଗରରେ କ୍ଷୁଦ୍ର ଶିଳ୍ପକୁ ଗୁରୁତ୍ୱ ଦେଇ ଛୋଟଛୋଟ କାରଖାନା ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ କରୁଛନ୍ତି। ଏପରି ସ୍ଥିତିରେ ଶିଳ୍ପନୀତିକୁ ଏଠାରେ କଡ଼ାକଡ଼ି କାର୍ଯ୍ୟକାରୀ କରିବାକୁ ଦାବି ହେଉଛି।