ଯଶିପୁର/ପଦ୍ମପୁର: ମୟୂରଭଞ୍ଜ ଜିଲ୍ଲା ଯଶିପୁରଠାରୁ ୩ କିମି ଦୂର ଗହିରାବାଙ୍କଠାରେ ଆଜି ଏକ କାର୍ ପାହାଡ଼ରୁ ୩୦ ଫୁଟ୍ ତଳକୁ ଖସିପଡ଼ିବାରୁ ସେଥିରେ ଥିବା ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ, ଜେଏଚ୍-୦୭-ଡି-୮୪୮୪ ନମ୍ବର ଏହି କାର୍ରେ କଲିକତାର ଏକ ପରିବାର ନାଗପୁର ଯାଉଥିଲେ। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ଯଶିପୁର ନିକଟ ଗହିରାବାଙ୍କଠାରେ କାର୍ଟି ଭାରସାମ୍ୟ ହରାଇ ପାହାଡ଼ରୁ ୩୦ ଫୁଟ୍ ତଳକୁ ଖସିପଡ଼ିଥିଲା।
ଫଳରେ କାର୍ ଚଳାଉଥିବା ସୌମ୍ୟ ଚୌଧୁରୀଙ୍କ ପତ୍ନୀ ଦିଶା ଚୌଧୁରୀ (୩୭)ଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ସୌମ୍ୟ, ତାଙ୍କ ପୁଅ ସୁଭୟ ଓ ଝିଅ ଶ୍ରୀଜା ଗୁରୁତର ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଯଶିପୁର ଡାକ୍ତରଖାନା ନେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/21-12.jpg)