ବୁର୍ଲା: ଆଜି ଭିମ୍ସା୍ର୍ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ମହିଳା ଚାରି ଜଣ ଶିଶୁଙ୍କୁ ଜନ୍ମ କରିଥିବା ସୂଚନା ମିଳିଛି। ଚାରିଜଣ ଶିଶୁଙ୍କ ମଧ୍ୟରେ ତିନି ଜଣ ଶିଶୁ କନ୍ୟା ହୋଇଥିବା ଜଣାପଡ଼ିଛି। ମା ଓ ଶିଶୁ ସୁସ୍ଥ ଥିବା ବେଳେ ଶିଶୁମାନଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗ ପାଖରେ ଥିବା ଏସ୍ଏନ୍ସିୟୁରେ ରଖାଯାଇଛି।
ଡାକ୍ତରଖାନା ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ବାଞ୍ଜିପାଲି ଗ୍ରାମର ରବୀନ୍ଦ୍ର ବାଗଙ୍କ ପତ୍ନୀ କୁନି ସୁନା ସୋମବାର ଦିନ ପ୍ରସବଜନିତ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭିମସାର୍ ସ୍ତ୍ରୀ ଓ ପ୍ରସୂତି ବିଭାଗ ଭର୍ତ୍ତି କରାଯାଇଥିଲା। ଆଜି ଦିନ ୨ଟା ସମୟରେ ସେ ଦୁଇଟି ଯାଆଁଳା ଶିଶୁକନ୍ୟା ଜନ୍ମ କରିଥିବା ବେଳେ ୨ଟା ୨ ମିନିଟ୍ରେ ଆଉ ଜଣେ ଶିଶୁକନ୍ୟା ଓ ୨ଟା ୪ ମିନିଟ୍ରେ ଗୋଟିଏ ଶିଶୁପୁତ୍ରକୁ ଜନ୍ମ କରିଥିଲେ। କୁନିଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଅଛି। ଚାରୋଟି ଶିଶୁ ଏକା ସଙ୍ଗେ ଜନ୍ମ ହୋଇଥିବାରୁ ଶିଶୁମାନଙ୍କ ଓଜନ କମ୍ ରହିଛି। ତେଣୁ, ସେମାନଙ୍କୁ ଏସ୍ଏନ୍ସିୟୁରେ ଭର୍ତ୍ତି କରାଯାଇଥିବା ନେଇ ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି।