ଗାଁକୁ ଆସିପାରିଲାନି, ଆମ୍ବୁଲାନ୍ସ, ଷ୍ଟ୍ରେଚର୍‌ରେ ଅଧକିଲୋମିଟର ବୁହାହେଲେ ମହିଳା

ଗାଁକୁ ଆସିପାରିଲାନି, ଆମ୍ବୁଲାନ୍ସ, ଷ୍ଟ୍ରେଚର୍‌ରେ ଅଧକିଲୋମିଟର ବୁହାହେଲେ ମହିଳା

କଣାସ : ବକୁ ପଞ୍ଚାୟତର ସୋରଡ଼ପୁର ଗ୍ରାମରେ ଜନୈକା ବୃଦ୍ଧାଙ୍କ ସ୍ବାସ୍ଥ୍ୟ ଗୁରୁତର ହେବାରୁ ପରିବାର ଲୋକ ଆମ୍ବୁଲାନ୍ସ ଡକାଇଥିଲେ। ତେବେ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ଦୂରରେ ଅଟକି ରହିଥିଲା। ଘର ଲୋକେ ଅସୁସ୍ଥ ବୃଦ୍ଧାଙ୍କୁ ଷ୍ଟ୍ରେଚର୍‌ରେ ଟେକି ଟେକି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣଥିବ‌ା ଜଣାପଡ଼ିଛି।

ସୂଚନା ମୁତାବକ, ସୋରଡ଼ପୁର ଗ୍ରାମରେ ୫୦ରୁ ଉର୍ଦ୍ଧ୍ବ ପରିବାର ବାସକରନ୍ତି। ନୂଆଜଗନ୍ନାଥ ସଡ଼କର ବାଲିପଡ଼ା ବଜାରକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କଠାରୁ ଏହି ଗ୍ରାମକୁ ଗମନାଗମନ ପାଇଁ ଭଲ ରାସ୍ତାଟିଏ ନାହିଁ। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ ମଙ୍ଗଳବାର ସକାଳୁ ଏହି ଗ୍ରାମର ବୟସ୍କ ମହିଳା ଟିକେଇ ନାଥଙ୍କ (୮୦)ଦେହ ଅସୁସ୍ଥ ହୋଇପଡ଼ିଥିଲା। ଘର ଲୋକେ ଆମ୍ବୁଲାନ୍ସକୁ ଖବର ଦେବାରେ ଅମ୍ବୁଲାନ୍ସ ଅସିଲା କିନ୍ତୁ ରାସ୍ତା ଖରାପ ହେତୁ ଘରପାଖକୁ ଯାଇପାରିଲା ନାହିଁ। ୫୦୦ ମିଟର ଦୂରରେ ଆମ୍ବୁଲାନ୍ସ ଅଟକି ରହିବାରୁ ପରିବାର ଲୋକ ବାଧ୍ୟ ହୋଇ ଅମ୍ବୁଲାନ୍ସ ଷ୍ଟ୍ରେଚର୍‌ରେ ଗୁରୁତର ବୃଦ୍ଧାଙ୍କୁ ଟେକି ଟେକି ଅମ୍ବୁଲାନ୍ସ ନିକଟକୁ ନେଇଥିଲେ। ସ୍ଥାନୀୟ ଅଞ୍ଚଳରେ, ବଜାର ଓ ଅଫିସ୍‌କୁ ଯିବା, ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯିବା, ଗର୍ଭବତୀମାନଙ୍କୁ ଡାକ୍ତରଖାନା ନେବା ବେଳେ ଏମିତି ଅସୁବିଧାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ କହିଛନ୍ତି। କିଛି ଅଂଶ ଗାର୍ଡୱାଲ ତିଆରି ହୋଇଥିଲେ ମଧ୍ୟ ରାସ୍ତା ତିଆରି ନକରି ପଡ଼ିରହିଛି। ତୁରନ୍ତ ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe