ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଇଏସ୍ଆଇ ଛକ ନୂଆପଡ଼ାର ବିମଳା ସିଂହ (୩୫)ଙ୍କ ଶବ ଶୁକ୍ରବାର ତାଙ୍କ ଘର ନିକଟ କୂଅରୁ ପୁଲିସ୍ ଉଦ୍ଧାର କରିଛି। ସୂଚନାଥାଉ କି ବିମଳାଙ୍କ ପରିବାର କିଛି ଦିନ ହେବ ନୂଆପଡ଼ାର ଅନୁପ ଟପୋଙ୍କ ଘରେ ଭଡ଼ାରେ ରହୁଥିଲେ। ବିମଳା ମାନସିକ ଅସୁସ୍ଥ ଥିଲେ। ପରିବାର ଲୋକେ ତାଙ୍କୁ ବିଭିନ୍ନ ହସ୍ପିଟାରେ ଦେଖାଇ ଚିକିତ୍ସା କରୁଥିଲେ। ଗତ ରାତିରେ ସମସ୍ତେ ଖାଇ ପିଇ ଶୋଇଥିଲେ। ଆଜି ସକାଳେ ଉଠିବା ପରେ ବିମଳା ଘରେ ନଥିବା ଦେଖି ଖୋଜାଖୋଜି କରି ନିରାଶ ହୋଇଥିଲେ।
ଶେଷରେ ସାଢ଼େ ୧୦ଟା ବେଳେ କୂଅରେ ବିମଳାଙ୍କ ଶବ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଦିନ ସାଢ଼େ ୧୨ଟା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି କୂଅରୁ ଶବ ଉଦ୍ଧାର କରିଥିଲା। ବ୍ରଜରାଜନଗର ଥାନାଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଥିଲେ। ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଥିବା ଜଣାପଡ଼ିଛି। ଏ ନେଇ ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ କରି ପୁଲିସ୍ ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f.jpg)