ନିଜ ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଦେବଗଡ଼: ଦେବଗଡ଼ ଥାନା କାଲକାଠ ଗ୍ରାମର ବୁଧୁ କିଷାନଙ୍କ ସ୍ତ୍ରୀ ପବନୀ କିଷାନ ଶୁକ୍ରବାର ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପାରିବାରିକ କଳହରୁ ସେ ଏପରି କରିଥିବା କୁହାଯାଉଛି।
ଶୁକ୍ରବାର ବୁଧୁ ଓ ତାଙ୍କ ସ୍ତ୍ରୀ ପବନିଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା।

ଏଥିରେ ଉତ୍‌କ୍ଷିପ୍ତ ହୋଇ ପବନୀ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ପରିବାର ଲୋକ ତୁରନ୍ତ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଦେହରେ ନିଆଁ ଲାଗିବା ଦ୍ବାରା ପବନୀଙ୍କ ଶରୀରର ବହୁ ଅଂଶ ପୋଡ଼ି ଯାଇଛି। ଖବରପାଇ ଦେବଗଡ଼ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର