ଭୁବନେଶ୍ୱର: ଦିଲ୍ଲୀରୁ ଚୋରି, ଭୁବନେଶ୍ୱରରୁ ଗିରଫ । କୋଟିଏ ଟଙ୍କାର ସୁନା ଗହଣା ସହ ଜଣେ ମହିଳା ଲୁଟେରାଙ୍କୁ ଗିରଫ କରିଛି ପୁଲିସ । ମହିଳାଙ୍କ ଘର ଭୁବନେଶ୍ୱର ସାଲିଆସାହିରେ ବୋଲି ଜଣାପଡ଼ିଛି । ସମସ୍ତଙ୍କ ଘରେ ଗୃହ ସହାୟିକା ଭାବେ କାମ କରିବା ବାହାନାରେ ସୁନା ଓ ହୀରା ଗହଣା ଲୁଟି ଫେରାର ହୋଇଥିଲେ ଏହି ମହିଳା । କ୍ୟାପିଟାଲ ଥାନା ପୁଲିସ ତାକୁ ଗିରଫ କରି ଏବେ ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରିଛି । ଦିଲ୍ଲୀ ମେହେରୋଲିି ପୁଲିସ ମହିଳାଙ୍କୁ ଟ୍ରାଂଜିଟ ରିମାଣ୍ଡରେ ନେଇଛି ।
ଦିଲ୍ଲୀରୁ ଚୋରି, ଭୁବନେଶ୍ୱରରୁ ଗିରଫ: କୋଟିଏ ଟଙ୍କାର ସୁନା ଗହଣା ସହ ମହିଳା ଲୁଟେରାଙ୍କୁ ଗିରଫ କଲା କମିଶନରେଟ ପୁଲିସ
/sambad/media/post_attachments/wp-content/uploads/2021/07/Women-Thief-Arrested_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)