ରେଙ୍ଗାଲି: ରେଙ୍ଗାଲି ଥାନା ଅନ୍ତର୍ଗତ କୁର୍ଲା ଗ୍ରାମର ରତ୍ମମଣି ଭୁଏ (୩୪)ଙ୍କ ନଦୀରେ ବୁଡ଼ି ମୃତ୍ୟୁ ହୋଇଛି। ବୁଧବାର ସେ ନିକଟସ୍ଥ ନଦୀକୁ ମାଛ ଧରିବାକୁ ଯାଇଥିଲେ। ତେବେ ସେ ଜଣେ ଅପସ୍ମାର ରୋଗୀ ହୋଇଥିବାରୁ ପାଣିରେ ବୁଡ଼ି ଯାଇଥିଲେ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନା ପଠାଇଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f.jpg)