ନୂଆପଡ଼ା : ସାହିପଲା ଜଳଭଣ୍ଡାରରେ ଗାଧୋଉଥିବା ବେଳେ ବୁଡ଼ିଯାଇ ନୂଆପଡ଼ା ଜିଲ୍ଲା ଖରିଆର ରୋଡ ଜୋଙ୍କ ଥାନା ଅଲାଯୁବା ଗ୍ରାମର ରାମେଶ୍ବର ମାଝୀ (୪୦ବର୍ଷ) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ରାମେଶ୍ବର ଗୁରୁବାର ସାହିପଲା ଡ୍ୟାମକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ସମୟରେ ପାଣିରେ ବୁଡ଼ିଯାଇଥିଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାରସ୍ଥଳରେ ପହଞ୍ଚି ରାମେଶ୍ବରଙ୍କ ଶବ ଉଦ୍ଧାର କରିଥିଲେ। ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ନୂଆପଡ଼ା: ସାହିପଲା ଜଳଭଣ୍ଡାର ବୁଡ଼ି ଯୁବକ ମୃତ
/sambad/media/post_attachments/wp-content/uploads/2022/03/drown.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)