ବ୍ରଜରାଜନଗର: ରେଙ୍ଗାଲି ଥାନା ଅନ୍ତର୍ଗତ ଅମାପାଲି ବ୍ରିଜ ନିକଟରେ ମାଛ ଧରୁଥିବା ସମୟରେ ମହେନ୍ଦ୍ର ତିହିରିଆ (୨୨) ବୁଡ଼ି ଯାଇଥିଲା। ଲୋକମାନେ ତାଙ୍କୁ ପାଣିରୁ ଉଦ୍ଧାର କରି ଚିକିତ୍ସା ପାଇଁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ମଙ୍ଗଳବାର ରେଙ୍ଗାଲି ପୁଲିସ ଶବ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/17-8.jpg)