ଚେନ୍ନାଇରେ ଭଦ୍ରକର ଯୁବକ ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲା କାଉପୁର ପଞ୍ଚାୟତର ବଙ୍ଗାଳିସାହି ଗ୍ରାମର ଯୁବକ  ସଂଜୟ ଜେନା (୩୫)  ଜଣେ ଠିକାଦାରଙ୍କ ସହ ଶ୍ରମିକ ଭାବେ କାମ କରିବାକୁ ଚେନ୍ନାଇ ଯାଇଥିଲେ। ଦୁଇ ମାସ ତଳେ ସେ ଚେନ୍ନାଇ ସହରକୁ ଯାଇଥିବା ବେଳେ ଗତ କିଛିଦିନ ତଳେ ତାଙ୍କ ଦେହ ହଠାତ୍ ଅସୁସ୍ଥ ହୋଇ ପଡିଲା ବୋଲି ଘରକୁ ଖବର ଆସିଥିଲା।

ଠିକାଦାର  ସଂଜୟଙ୍କ ଦେହ ଅତ୍ୟଧିକ  ଖରାପ ଅଛି କହି ଲକ୍ଷେ ଟଙ୍କା ନେଇ ଚେନ୍ନାଇ ଆସିବାକୁ କହିଥିଲେ। ଘର ଲୋକ ଟଙ୍କା  ପଠାଇଥିଲେ ମଧ୍ୟ ସଂଜୟଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ସଂଜୟଙ୍କର ମୃତ୍ୟୁକୁ ନେଇ ପରିବାର ଲୋକ ପ୍ରଶ୍ନ ଉଠାଇବା ସହ ଠିକାଦାରକୁ ଦାୟୀ କରିଛନ୍ତି। ଆଜି  ସଂଜୟଙ୍କର ଶବ  ତାଙ୍କ ନିଜ  ଗାଁ ଭଦ୍ରକର ବଙ୍ଗାଳିସାହିକୁ ଅଣାଯାଇଥିବା ବେଳେ  ପରିବାର ଲୋକ ତାର ଶବ ରଖି ବଙ୍ଗାଳିସାହି ଠାରେ  ରାସ୍ତାରୋକ କରି ପ୍ରତିବାଦ କରିଛନ୍ତି।  ସ୍ଥାନୀୟ ଠିକାଦାର ସଂଜୟର ମୃତ୍ୟୁ ପାଇଁ ଦାୟୀ ବୋଲି ଗାଁ ଲୋକ  ଅଭିଯୋଗ କରିବା ସହ  ମୃତ ସଂଜୟର ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର