ପାଟଣା : ମୋବାଇଲ୍ କିଣିବାକୁ ମା’ ଦୁଇହଜାର ଟଙ୍କା ନଦେବାରୁ ଜଣେ ଯୁବକ କୀଟନାଶକ ପିଇ ଜୀବନ ହାରି ଦେଇଛନ୍ତି। ମୃତ ଯୁବକ ଜଣଙ୍କ ହେଲେ ପାଟଣାଥାନା ମହୁଲଡିହା ଗ୍ରାମର ଯୁଗଳ ନାଏକଙ୍କ ପୁଅ ବିଶ୍ବାମିତ୍ର ନାଏକ(୨୦)।

Advertisment

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ ମହୁଲଡିହା ଗ୍ରାମର ବିଶ୍ବାମିତ୍ର ଗତକାଲି ରାତିରେ ମୋବାଇଲ୍ କିଣିବା ପାଇଁ ମା’ଙ୍କୁ ଦୁଇ ହଜାର ଟଙ୍କା ମାଗିଥିଲେ। ମା’ ଦୁଇ ହଜାର ଟଙ୍କା ଦେବାକୁ ମନା କରିବାରୁ ସେ ଘରେ ଥିବା କୀଟନାଶକ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।