କୁଜଙ୍ଗ: କୁଜଙ୍ଗରେ ଜଣେ ମହିଳାଙ୍କ ଗଳା କାଟି ହତ୍ୟା ଉଦ୍ୟମ କରିଛି ଦୁର୍ବୃତ୍ତ। ଗଞ୍ଜାମ ଶେରଗଡ଼ ଅଞ୍ଚଳର ସଂପୃକ୍ତ ଯୁବକ ମହିଳାଙ୍କ ତଣ୍ଟି, ଗାଲ ଓ ହାତକୁ ଧାରୁଆ ଛୁରିରେ କାଟି ଦେଇଛି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାର କରି କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ଅଭିଯୁକ୍ତ ଯୁବକକୁ କାବୁ କରି ଥାନା ଜିମା ଦେଇଛନ୍ତିl ସ୍ଥାନୀୟ ଲୋକଙ୍କ ମାଡ଼ରେ ଯୁବକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛି।
ସୂଚନା ଅନୁଯାୟୀ କୁଜଙ୍ଗ ଥାନା ଚରଦିଆ ଗ୍ରାମର ଟୁକୁନା ରାଉତଙ୍କ ଝିଅ ପ୍ରଭାତୀ ସ୍ବାମୀଙ୍କ ସହିତ ବେଙ୍ଗାଲୁରୁରେ ରହୁଥିଲେ। ସେଠାରେ ଶେରଗଡ଼ ଅଞ୍ଚଳର ରାଜେଶ ସହିତ ତାଙ୍କର ପରିଚୟ ହୋଇଥିଲା। ଏବେ ପ୍ରଭାତୀ ଓ ତାଙ୍କ ସ୍ବାମୀ ଗାଁରେ ରହୁଛନ୍ତି। ଆଜି ପ୍ରଭାତୀ ବ୍ୟାଙ୍କକୁ ଯିବା ସମୟରେ ରାଜେଶ ଓ ତାର ଦୁଇ ସହଯୋଗୀ କୁଜଙ୍ଗ ଥାନା ଅନ୍ତର୍ଗତ ପାଟପୁର ରେଳବାଇ କ୍ରସିଂ ନିକଟରେ ହଠାତ୍ ତାଙ୍କୁ ଆକ୍ରମଣ କରିଥିଲେ। ଲୋକେ ଘଟଣାସ୍ଥଳରେ ଜମା ହୋଇ ରାଜେଶକୁ କାବୁ କରି ନିର୍ଘାତ ମାଡ଼ ମାରିଥିଲେ। ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ପ୍ରଭାତୀଙ୍କୁ ଆମ୍ବୁଲାନ୍ସରେ କୁଜଙ୍ଗ ଡାକ୍ତରଖାନାକୁ ପଠାଇଥିଲେ। ପ୍ରଭାତୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଲୋକଙ୍କ ମାଡ଼ରେ ଆହତ ରାଜେଶକୁ କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ତାର ଦୁଇ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପ୍ରଭାତୀଙ୍କ ଶ୍ବଶୁର ସୁବଳ ଖଟୁଆ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ବୋଲି କୁଜଙ୍ଗ ଥାନା ଅଧିକାରୀ ବଂଶୀଧର ପ୍ରଧାନ କହିଛନ୍ତି l
ଗଞ୍ଜାମ ଶେରଗଡ଼ ଅଞ୍ଚଳର ଯୁବକକୁ ନିର୍ଘାତ ମାଡ଼: ରାସ୍ତାରେ ମହିଳାଙ୍କ ତଣ୍ଟିକାଟି ହତ୍ୟା ଉଦ୍ୟମ
କୁଜଙ୍ଗରେ ଜଣେ ମହିଳାଙ୍କ ଗଳା କାଟି ହତ୍ୟା ଉଦ୍ୟମ କରିଛି ଦୁର୍ବୃତ୍ତ। ଗଞ୍ଜାମ ଶେରଗଡ଼ ଅଞ୍ଚଳର ସଂପୃକ୍ତ ଯୁବକ ମହିଳାଙ୍କ ତଣ୍ଟି, ଗାଲ ଓ ହାତକୁ ଧାରୁଆ ଛୁରିରେ କାଟି ଦେଇଛି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ଥାନୀୟ ଲୋକେ...
/sambad/media/media_files/2025/08/12/untitled-14-2025-08-12-07-38-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)