ବାଲେଶ୍ବର: ରବିବାର ଅପରାହ୍‌ଣରେ ବାଲେଶ୍ବର ବଡ଼ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଘଟିଛି। ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ଜଣେ ଯୁବତୀଙ୍କ ଉପରେ ମୁଖ୍ୟ ଫାଟକର ଟାଇଲ୍‌ ଖଣ୍ଡ ଖସି ସେ ଗୁରୁତର ହୋଇଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ହେଲ୍‌ପ ଡେସ୍କ ‌କର୍ମଚାରୀ ତାଙ୍କୁ ସର୍ଜରୀ ୱାର୍ଡକୁ ନେଇଥିବା ବେଳେ ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିବା ଜଣାଯାଇଛି।

Advertisment

ସୋର ଥାନା ଅଞ୍ଚଳର ଗୀତାଞ୍ଜଳି ଦାସ (୨୩) ଆଜି ଅପରାହ୍‌ଣରେ ବାଲେଶ୍ବର ବଡ଼ ଡାକ୍ତରଖାନା ବହିର୍ବିଭାଗକୁ ଡାକ୍ତର ଦେଖାଇବାକୁ ଆସିଥିଲେ। ଡାକ୍ତର ଦେଖାଇ ସାରିବ‌ା ପରେ ସେହି ଔଷଧ ମଧ୍ୟରୁ ନିରାମୟ କେନ୍ଦ୍ରରୁ କିଛି ମିଳିଥିଲା ଏବଂ ଆଉ କିଛି ଡାକ୍ତରଖାନା ବାହାରେ ଥିବା ଔଷଧ ଦୋକାନକୁ ସେ କିଣିବାକୁ ଯାଉଥିଲେ। ଏହି ସମୟରେ ଡାକ୍ତରଖାନା ମୁଖ୍ୟ ଫାଟକ ଉପରୁ ଟାଇଲ୍‌ସ ତାଙ୍କ ମୁଣ୍ଡ ଉପରେ ଖସିଥିଲା। ସୂଚନା ଥାଉକି ଡାକ୍ତରଖାନାରେ ଏହି ଫାଟକର ନିର୍ମାଣ କାମ ନିମ୍ନମା‌ନର ହୋଇଥିବାରୁ ବିଭିନ୍ନ ସମୟରେ ଟାଇଲ୍‌ ଖସି ଲୋକ ଆହତ ହେଉଥିବା ଅଭିଯୋଗ ଆସିିଛି।