ସମ୍ବଲପୁର: ସମ୍ବଲପୁର ଗୋଲବଜାର ନିକଟରୁ ଜଣେ ଯୁବତୀ ଏକ ଅଟୋରେ ଅଇଁଠାପାଲି ଯାଉଥିଲେ। ସେହି ଅଟୋରେ ଆଉ ଜଣେ ଯୁବକ ମଧ୍ୟ ବସିଥିଲେ। ତେବେ ବୁଢାରଜା ପାଖାପାଖି ଅଟୋରେ ବସିଥିବା ଯୁବକ ଜଣକ ଯୁବତୀଙ୍କୁ ଅସଦାଚରଣ କରିଥିଲେ। ତାପରେ ଯୁବତୀ ପାଟି କରିବାରୁ ଯୁବକ ଜଣକ ଅଟୋରୁ ଓହ୍ଲାଇ ଦୌଡ଼ିଥିଲେ।
ଯୁବତୀ ଜଣକ ମଧ୍ୟ ତାଙ୍କୁ ଗୋଡ଼ାଇଥିଲେ। ଦୌଡ଼ିବା ଭିତରେ ଯୁବକଙ୍କ ମୋବାଇଲ୍ ପଡ଼ି ଯାଇଥିଲା। ସେ ମୋବାଇଲ୍ ଗୋଟାଇବାକୁ ଆସିବା ବେଳେ ତାକୁ ଧରିବାକୁ ଯୁବତୀ ପାଟି କରିଥିଲେ। ସେଠାରେ ଉପସ୍ଥିତ ଲୋକେ ଘେରି ନେଇ ଯୁବକଙ୍କୁ ରାସ୍ତା ମଝିରେ ଛେଚିଥିଲେ। କିଛି ସମୟ ପରେ ପୁଲିସକୁ ଡକାଇ ଯୁବକକୁ ଦେଇଥିଲେ। ଏ ନେଇ ଥାନାରେ କୌଣସି ମାମଲା ହୋଇ ନଥିବା ବେଳେ ଆପୋଷ ବୁଝାମଣାରେ ତାହା ସମାଧାନ ହୋଇଥିବା ବିଶ୍ବସ୍ତସୂତ୍ରରୁ ଜଣାପଡ଼ିଛି।