ଭୁବନେଶ୍ବର: ଆହାର କେନ୍ଦ୍ରକୁ ମିଳିଛି ଆଇଏସଓ ମାନ୍ୟତା । ରାଜ୍ୟର ବିଭିନ୍ନ ସହରାଂଚଳରେ ଥିବା ୧୫୮ଟି ଆହାର କେନ୍ଦ୍ର ଓ ୩୪ଟି ପାକଶାଳାକୁ ମିଳିଛି ଆଇଏସଓ ପ୍ରମାଣପତ୍ର । ଏଥିପାଇଁ ସହରାଞ୍ଚଳ ବିକାଶ ବିଭାଗ, ଜିଲ୍ଲାପାଳ ଓ ସହଯୋଗର ହାତ ବଢ଼ାଇଥିବା ଶିଳ୍ପମାନଙ୍କୁ ଟୁଇଟ୍ କରି ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Our drive to bring affordable & quality meals to the needy in urban areas registered a major achievement with all 158 #AAHAR Kendras & 34 Central Kitchens getting #ISO certified. Kudos to the team from @HUDDeptOdisha, Collectors & Industry partners who made this happen.
#5T https://t.co/48Gs9T3HiR— CMO Odisha (@CMO_Odisha) December 1, 2019
ଆହାର ଯୋଜନାରେ ସହରାଂଚଳର ଗରିବ ଲୋକମାନଙ୍କୁ ଶସ୍ତାରେ ରନ୍ଧା ଖାଦ୍ୟ ଯୋଗାଇ ଦେଉଛନ୍ତି ସରକାର । ଆହାର କେନ୍ଦ୍ରରେ ମାତ୍ର ୫ ଟଙ୍କା ଦେଇ ଲୋକମାନେ ପେଟପୂରା ଖାଇପାରୁଛନ୍ତି । ଏହି ପ୍ରମାଣ ପତ୍ର ମିଳିବା ପରେ ସହରାଂଚଳ ବିକାଶ ବିଭାଗ ପକ୍ଷରୁ ଖୁସି ଜାହିର କରାଯାଇଛି ।