ଭୁବନେଶ୍ୱର: ଉଡ଼ାଣ ଯୋଜନାରେ ରାଜ୍ୟର ଝାରସୁଗୁଡ଼ା, ରାଉରକେଲା, ଉତ୍କେଲା, ଜୟପୁର ଭଳି ବିମାନବନ୍ଦରରୁ ବିମାନ ସେବା ଆରମ୍ଭ ହେବାକୁ ଥିବାବେଳେ ନିକଟ ଭବିଷ୍ୟତରେ ଅନ୍ୟ କେତୋଟି ଛୋଟ ବିମାନବନ୍ଦରରୁ ବିମାନ ସେବା ଆରମ୍ଭ ହେବ। ହେଲେ ଏହି ସବୁ ବିମାନବନ୍ଦରର ରକ୍ଷଣାବେକ୍ଷଣ ଦାୟିତ୍ୱ ବୋଝ ଏବେ ରାଜ୍ୟ ସରକାରଙ୍କୁ ଘାରିଲାଣି। ତେଣୁ ରାଜ୍ୟର ସମସ୍ତ ଛୋଟ ବିମାନବନ୍ଦରଗୁଡ଼ିକର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଦିଆଯାଉ ବୋଲି ରାଜ୍ୟ ସରକାର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି। ଉଡ଼ାଣ ଯୋଜନାରେ କେନ୍ଦ୍ର ସରକାର ୮୦% ସବ୍ସିଡ୍ ଦେବାକୁ ଥିବାବେଳେ ବିମାନବନ୍ଦରର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ରାଜ୍ୟ ସରକାରଙ୍କର ଅଛି। ହେଲେ ଏଥିପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦକ୍ଷ ମାନବ ସମ୍ବଳ ଏବଂ ପେସାଦାର କର୍ମଚାରୀ ନଥିବାରୁ ମନ୍ତ୍ରାଳୟ ଏହି ଦାୟିତ୍ୱ ଏଏଆଇକୁ ଦେଉ ବୋଲି ରାଜ୍ୟ ସରକାରଙ୍କ ବିମାନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଏଏଆଇ ବିମାନବନ୍ଦରକୁ ନିଜ ନିୟନ୍ତ୍ରଣକୁ ନେଲେ ଯାତ୍ରୀଙ୍କୁ ଗୁଣାତ୍ମକ ସେବା ମିଳିବ ଏବଂ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇପାରିବ ବୋଲି କୁହାଯାଇଛି। ଏହାବାଦ୍ ଉଡ଼ାଣ ଯୋଜନାରେ ଭୁବନେଶ୍ୱରରୁ ବିଶାଖାପାଟଣା, ହାଇଦ୍ରାବାଦ, ଟାଟାନଗର, ରାଞ୍ଚି ଓ ରାୟପୁରକୁ ବିମାନ ଉଡ଼ାଣ ଆରମ୍ଭ କରିବାକୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି।
ବିମାନବନ୍ଦର ପରିଚାଳନା ଦାୟିତ୍ୱ ଏଏଆଇ ନେଉ
ବେସାମରିକ ବିମାନଚଳାଚଳ ମନ୍ତ୍ରାଳୟକୁ ଚିଠି ଲେଖିଲେ ସରକାର
/sambad/media/post_attachments/wp-content/uploads/2018/04/Bhubaneswar_Airport-EPS.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)