ବାବା ରାମଦେବଙ୍କ ଦାବି : ଯଦି ଆପଣ ୧ ମିନିଟ ପର୍ଯ୍ୟନ୍ତ ନିଶ୍ୱାସ ବନ୍ଦ କରି ରଖି ପାରୁଛନ୍ତି, ତେବେ ଆପଣ କୋଭିଡ୍ -୧୯ର ଶିକାର ନୁହନ୍ତି

ନୂଆଦିଲ୍ଲୀ: ଯୋଗଗୁରୁ ରାମଦେବ ଶନିବାର ଦିନ ଦାବି କରିଛନ୍ତି ଯେ, ଯଦି କେହି ଗୋଟିଏ ମିନିଟ ପାଇଁ ନିଶ୍ବାସପ୍ରଶ୍ବାସ ବନ୍ଦ କରି ରଖି ପାରୁଛନ୍ତି, ତେବେ ସେହି ବ୍ୟକ୍ତି  କରୋନାଭୂତାଣୁ ସଂକ୍ରମିତ ନୁହଁନ୍ତି ବୋଲି ସ୍ପଷ୍ଟ ହୋଇଯିବ । ଉଭୟ ଲକ୍ଷଣଗତ ଏବଂ ଲକ୍ଷଣ ନ ଥିବା ମାମଲା ପାଇଁ ଏହା ପ୍ରଜୁଯ୍ୟ ବୋଲି ରାମଦେବ କହିଛନ୍ତି। ‘ଇ-ଏଜେଣ୍ଡା ଆଜତକ’ କାର୍ଯ୍ୟକ୍ରମର ଏକ ସ୍ୱତନ୍ତ୍ର ଅଧିବେଶନରେ ଯୋଗ ଦେଇ ବାବା ରାମଦେବ  ଏଭଳି ମତ ରଖିଛନ୍ତି | ତେବେ ପୂର୍ବରୁ ଏହି ପ୍ରଣାଳୀ ପ୍ରାମାଣିକ ନୁହେଁ ବୋଲି ବହୁ ଡାକ୍ତର ଓ ସ୍ବାସ୍ଥ୍ୟ ଗବେଷକ ମତ ରଖିଛନ୍ତି।

ସେ କହିଛନ୍ତି, “କରୋନାଭୂତାଣୁ ପାଇଁ ଏକ ବିଶେଷ ପ୍ରାଣାୟାମ ଅଛି। ଏହାକୁ ‘ଉଜାଇ’ କୁହାଯାଏ। ଏହି ପ୍ରାଣାୟମରେ ଗଳାକୁ ଚାପି ରଖିବା ସହ ଧୀରେ ଧୀରେ ନାକ ସାହାଯ୍ୟରେ ପବନ ଭିତରକୁ ନିଆଯାଏ, ଏହାକୁ କିଛି ସମୟ ଧରି ରଖିବା ସହ ପରେ ଧୀରେ ଧୀରେ ବାହାରକୁ ଛଡ଼ାଯାଏ।” କାର୍ଯ୍ୟକ୍ରମରେ ରାମଦେବ ଏହି ପ୍ରାଣାୟାମକୁ ପ୍ରଦର୍ଶନ କରି ଦେଖାଇବା ସହ କହିଛନ୍ତି ଯେ, ଏହା କରିବା ମଧ୍ୟ କୋଭିଡ -୧୯ ପାଇଁ ଏକ ଆତ୍ମ-ପରୀକ୍ଷଣ। ଆପଣ କୋଭିଡ -୧୯ର ଶିକାର ହୋଇଛନ୍ତି କି ନାହିଁ ଏଥିରୁ ପ୍ରମାଣ ହୋଇଯିବ ।

ରାମଦେବଙ୍କ କହିବା ଅନୁଯାୟୀ “ଯେଉଁମାନଙ୍କର କ୍ରନିକ୍ ଉଚ୍ଚ ରକ୍ତଚାପ, ହୃଦଘାତ, ମଧୁମେହ ସମସ୍ୟା ରହିଛି, ସେମାନେ ୩୦ସେକେଣ୍ଡ ପର୍ଯ୍ୟନ୍ତ ନିଶ୍ୱାସ ରୋକି ପରୀକ୍ଷା କରି ପାରିବେ ଏବଂ ଏବଂ ଯେଉଁମାନଙ୍କର ଏଭଳି ସମସ୍ୟା ନାହିଁ ସେମାନେ ୧ମିନିଟ୍ ପାଇଁ ନିଶ୍ୱାସ ରୋକି ଏହି ପରୀକ୍ଷା କରି ପାରିବେ | ଯଦି ଆପଣ ୩୦ସେକେଣ୍ଡ ବା ୧ମିନିଟ ପର୍ଯ୍ୟନ୍ତ ନିଶ୍ୱାସ ବନ୍ଦ କରି ରଖି ପାରୁଛନ୍ତି ତେବେ ଆପଣ କୋଭିଡ୍ -୧୯ର ଶିକାର ନୁହନ୍ତି ବୋଲି ସ୍ପଷ୍ଟ ହୋଇଯିବ | ଏହା ବ୍ୟତୀତ ରାମଦେବ ଦାବି କରିଛନ୍ତି ଯେ, ଯଦି ଆପଣ ନିଜ ନାକରେ ସୋରିଷ ତେଲ ପକାଉଛନ୍ତି, ତେବେ ତେଲ ଦ୍ୱାରା କରୋନାଭୂତାଣୁ ଆପଣଙ୍କ ନାକ ବାଟ ଦେଇ ପେଟକୁ ଚାଲିଯିବ ଏବଂ ସେଠାରେ ଥିବା ଏସିଡର ସଂସ୍ପର୍ଶରେ ଆସି ମରିଯିବ |

Baba Ramdev Wiki, Age, Wife, Family, Biography & More – WikiBio
WikiBio

ଲୋକଙ୍କୁ ନିଜ ଘରେ ଯୋଗ ଅଭ୍ୟାସ କରିବାକୁ ଉତ୍ସାହିତ କରି ବାବା ରାମଦେବ ଏହା ମଧ୍ୟ କହିଛନ୍ତି ଯେ, “ଶରୀରରେ ଅମ୍ଳଜାନ ସ୍ତର ହ୍ରାସ ହେବା ଅଧିକାଂଶ ରୋଗର ମୁଖ୍ୟ କାରଣ ଅଟେ। ଏହା ବର୍ତ୍ତମାନ ବିଶ୍ୱରେ ଅଧ୍ୟୟନ ଦ୍ୱାରା ମଧ୍ୟ ପ୍ରମାଣିତ ହୋଇଛି। ଯୋଗ ଅଭ୍ୟାସ କରନ୍ତୁ ଏବଂ ଆପଣ ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସକ୍ଷମ ହେବେ। ଯୋଗ କରି ନିଜର ଆଭ୍ୟନ୍ତରୀଣ ଅଙ୍ଗକୁ ମଜବୁତ କରନ୍ତୁ ଏବଂ କରୋନାରୁ ନିଜକୁ ରକ୍ଷା କରନ୍ତୁ | ”

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଶନିବାର ସକାଳ ସୁଦ୍ଧା ଭାରତରେ ମୋଟ କୋଭିଡ -୧୯ ମାମଲା ୨୪,୫୦୦ରୁ ଅଧିକରେ ପହଞ୍ଚିଛି, ସେଥିମଧ୍ୟରୁ ୫,୦୬୨ଜଣ ସୁସ୍ଥ ହୋଇଥିବା ବେଳେ ୭୭୫ଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର