ମହାପ୍ରଭୁ, ଶ୍ରୀଲିଙ୍ଗରାଜଙ୍କ ନିକଟରେ ସମର୍ପିତ ହେଲା ‘ଆମ ପାଞ୍ଜି’

ମହାପ୍ରଭୁ, ଶ୍ରୀଲିଙ୍ଗରାଜଙ୍କ ନିକଟରେ ସମର୍ପିତ ହେଲା ‘ଆମ ପାଞ୍ଜି’

ପୁରୀ/ ପୁରୁଣା ଭୁବନେଶ୍ୱର :‌ ପବିତ୍ର ଦୋଳପୂର୍ଣ୍ଣିମାରେ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ‘ଆମ ପାଞ୍ଜି’ ପୁରୀଠାରେ ମହାପ୍ରଭୁ ଓ ଭୁବନେଶ୍ବରଠ‌ାରେ ଶ୍ରୀଲିଙ୍ଗରାଜଙ୍କ ନିକଟରେ ସମର୍ପିତ ହୋଇଛି।

ପୁରୀଠାରେ ବରିଷ୍ଠ ଖୁଣ୍ଟିଆ ସେବାୟତ ତଥା ଖୁଣ୍ଟିଆ ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ ଓ ଅନ୍ୟମାନେ ଏହା ଶ୍ରୀଜିଉଙ୍କୁ ଲାଗି କରିଛନ୍ତି। ଏହି ଅବସରରେ ଶ୍ରୀ ଖୁଣ୍ଟିଆ ବିଶ୍ବର ମଙ୍ଗଳ କାମନା କରିବା ସହ ‘ଆମ ପାଞ୍ଜି’କୁ ପ୍ରଂଶସା କରିଛନ୍ତି। ‘ଆମ ପାଞ୍ଜି’ରେ ତ୍ରୁଟିଶୂନ୍ୟ ତିଥି, ନକ୍ଷତ୍ର ଆଦି ତଥ୍ୟ ଲୋକଙ୍କ ବିଶ୍ବାସଭାଜନ ହୋଇପାରିଛି ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି।

ଶ୍ରୀଲିଙ୍ଗରାଜଙ୍କ ନିକଟରେ ସମର୍ପଣ ସମୟରେ ଦୈନିକ ‘ସମ୍ବାଦ’ର ସଂପାଦକ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ସହ ‘ଆମ ଓଡ଼ିଶା’ ସଂପାଦକ ସ୍ବରାଜ ମିଶ୍ର ଓ ପ୍ରକାଶନ ସଂପାଦକ ଅସିତ୍‌ ମହାନ୍ତି, ‘ସମ୍ବାଦ’ର ସହଯୋଗୀ ତଥା ପାଞ୍ଜି ଗଣନାକାରୀ ଦୋଳଗୋବିନ୍ଦ ପଣ୍ଡା, ଲିଙ୍ଗରାଜ ମନ୍ଦିର ସୁପରଭାଇଜର୍‌ ରାଜକିଶୋର ମହାପାତ୍ର, ସେବାୟତ ମଣ୍ଟୁ ପୂଜାପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

publive-image

ଉଲ୍ଲେଖଯୋଗ୍ୟ ଯେ ବିଗତ ୧୨ ବର୍ଷ ଧରି ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଏହି ପାଞ୍ଜି ପ୍ରସ୍ତୁତ ହୋଇଆସୁଛି ଏବଂ ଓଡ଼ିଶାର ଘରେଘରେ ବହୁ ଆଦର ଲାଭ କରିଛି। ୨୦୨୩-୨୪ ବର୍ଷ ପାଇଁ ପ୍ରକାଶ ପାଇଥିବା ଏହି ପାଞ୍ଜି ମଧ୍ୟ ଅନୁରୂପ ଭାବେ ଲୋକାଦୃତ ହେବ ବୋଲି ଆଶା କରାଯାଉଛି। ବିଶିଷ୍ଟ ଗଣକବୃନ୍ଦଙ୍କ ଦ୍ବାରା ପ୍ରସ୍ତୁତ ଏହି ପାଞ୍ଜି ବହୁ ଦୃଷ୍ଟିରୁ ସ୍ବତନ୍ତ୍ର। ସରଳ ଭାଷାରେ ଏହା ପ୍ରସ୍ତୁତ ହୋଇଛି। ତିଥି, ବାର, ନକ୍ଷତ୍ର, ଶ୍ରାଦ୍ଧ, ପୁଷ୍କର ଦୋଷ, ଯୋଗିନୀ ସ୍ଥିତି, ଦୂରଯାତ୍ରାର ଶୁଭାଶୁଭ, ବିବାହ, ବ୍ରତ ଆଦିର ଦିନ ସଂପର୍କରେ ସମସ୍ତ ତଥ୍ୟ ସରଳ ଭାଷାରେ ଦିଆଯାଇଛି। ଏହାର ଅନ୍ୟତମ ଆକର୍ଷଣ ହେଉଛି ମାସ ଅନୁସାରେ ସମସ୍ତ ବାର ରାଶିର ଫଳାଫଳ। ସେହିଭଳି ପୂର୍ବ ବର୍ଷ ପରି ଏହି ପାଞ୍ଜିର ମୂଲ୍ୟ ମାତ୍ର ୩୦ ଟଙ୍କା ରଖାଯାଇଥିବାରୁ ଏହାକୁ ସମସ୍ତେ କିଣି ବ୍ୟବହାର କରିପାରିବେ। ଏହାର ସୁଯୋଗ ନେବାକୁ ‘ଆମ ଓଡ଼ିଶା’ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe