ପୁରୀ: ଆଗାମୀକାଲି ସାକ୍ଷୀଗୋପାଳ ମନ୍ଦିରରେ ଅଁଳା ନବମୀ ଅନୁଷ୍ଠିତ ହେବ। ସେଠାରେ ଭକ୍ତଙ୍କୁ ଓଡ଼ିଆଣୀରେ ବେଶରେ ଦର୍ଶନ ଦେବେ ମା’ ରାଧା । ତେବେ ପୁରୀ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି। ମାଙ୍କ ଦର୍ଶନକୁ ଅନୁମତି, ହେଲେ ଭକ୍ତଙ୍କୁ ରାଧା ପାଦ ଛୁଇଁବା ମନା।  ଏନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ଭାବତରଣ ସାହୁ।

Advertisment

କରୋନା କଟକଣା ହଟିଥିବାରୁ ଚଳିତ ବର୍ଷ ୨ଲକ୍ଷରୁ ଅଧିକ ଲୋକ ହେବାର ଆଶଙ୍କା କରାଯାଉଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ପ୍ରଶାସନ। ଏଥିଲାଗି ନିୟୋଜିତ ହେବେ ୩ ଜଣ ଆଡସିନାଲ ଏସପି, ୮ଜଣ ଡିଏସପି, ୭୪ ଜଣ ଏସଆଇ, ୧୦୦ଜଣ ହାବିଲଦାର ଓ କନେଷ୍ଟବଳ। ୨୦୦ଜଣ ଗୃହରକ୍ଷୀ ସମେତ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ଆଗାମୀକାଲିର ସ୍ଥିତି ଉପରେ ନଜର ରଖିବେ ଏସପି।