ଆମିଷ ଖାଦ୍ୟ ବଣ୍ଟନ କରୁଥିବା ସଂସ୍ଥା ଏବେ ବିକୁଛନ୍ତି ଅବଢ଼ା! ଲିଙ୍ଗରାଜ ଥାନାରେ ଅଭିଯୋଗ କଲା ବ୍ରାହ୍ମଣ ନିଯୋଗ

ଅନଲାଇନ୍ ଅବଢ଼ା ବିକ୍ରିକୁ ବିରୋଧ

ଭୁବନେଶ୍ୱର: ଅନଲାଇନରେ ଅବଢ଼ା ବିକ୍ରିକୁ ବିରୋଧ। ଏହାକୁ ନେଇ ଲିଙ୍ଗରାଜ ଥାନାରେ ବ୍ରାହ୍ମଣ ନିଯୋଗର ଅଭିଯୋଗ ହୋଇଛି। ଗତ କିଛି ଦିନ ହେବ ଜନୈକ ବ୍ୟକ୍ତି ଶ୍ରୀ ଶ୍ରୀ ବାସୁଦେବ ଓ ଲିଙ୍ଗରାଜଙ୍କ ଅବଢ଼ାକୁ ଅନଲାଇନ୍‌ରେ ବିକ୍ରି କରି ଆସୁଛି। ଏହାକୁ ବିରୋଧ କରିଛନ୍ତି ବ୍ରାହ୍ମଣ ନିଯୋଗ। ଶ୍ରୀ ବାସୁଦେବଙ୍କ ପ୍ରସାଦକୁ ଏହି ବ୍ୟକ୍ତି ଅନଲାଇନରେ ଦ୍ୱାରା ଦ୍ୱାର ବୁଲି ବିକ୍ରି କରୁଛନ୍ତି।

ତେବେ ବ୍ରାହ୍ମଣ ନିଯୋଗ ଅନୁସାରେ ସେହି ବ୍ୟକ୍ତି ବିଭିନ୍ନ ଆମିଷ ଖାଦ୍ୟ ମଧ୍ୟ ତାଙ୍କର କାଟାଲଗରେ ରଖିଛନ୍ତି। ଏପରି ହେଲେ ଏହା ଅବଢ଼ା ପ୍ରତି ଅସମ୍ମାନ ବୋଲି କୁହାଯିବ ବୋଲି ଥାନାରେ ଅଭିଯୋଗ କରିଛି ବ୍ରାହ୍ମଣ ନିଯୋଗ।

ପରମ୍ପରା ଭଙ୍ଗ କରି ଅନଲାଇନରେ ଅବଢ଼ା ବିକ୍ରି କରୁଥିବା ଲୋକଙ୍କୁ ତୁରନ୍ତ ଗିରଫ କରିବାକୁ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛି ବ୍ରାହ୍ମଣ ନିଯୋଗ। କରୋନା କଟକଣା କାରଣରୁ ମନ୍ଦିରରୁ ଅବା ବାହାରୁ ନଥିବା ସମୟରେ ଅନଲାଇନରେ ଏପରି ଅବଢ଼ା ବିକ୍ରିକୁ ନେଇ ବିରୋଧ ତେଜିଛି।

ସମ୍ବନ୍ଧିତ ଖବର