ପାରଳାଖେମୁଣ୍ତି : ଗଜପତି ଜିଲ୍ଲାରେ ବେଆଇନ ମଦ ବିକ୍ରେତାକୁ ସହାନୁଭୂତି ଦେଖାଇ ଅବକାରୀ ଏସ୍ଆଇ ଚନ୍ଦ୍ରଶେଖର ପଢ଼ିହାରୀ ନିଲମ୍ବିତ ହୋଇଛନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗତ ମେ ୧୦ ତାରିଖରେ ପାରଳାଖେମୁଣ୍ତି ଉପଖଣ୍ତ ଦେବିତି ଗ୍ରାମ ନିକଟରେ ବେଆଇନ ଦେଶୀ ମଦ ବିକ୍ରୟ କରୁଥିବା ଅଭିଯୋଗରେ ନାକା ସନ୍ତୋଷ(୨୮) ଏବ˚ ନାକା କ୍ରିଷ୍ଣା (୫୬)କୁ ଅବକାରୀ ବିଭାଗ ଧରିଥିଲେ।
ଅବକାରୀ ଏସ୍ଆଇ ଶ୍ରୀ ପଢ଼ିହାରୀଙ୍କ ନେତୃତ୍ବରେ ଏହି ଚଢ଼ଉ ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତ ନାକା ସନ୍ତୋଷକୁ ଅବକାରୀ ଟିମ୍ ଗିରଫ କରିବା ପରେ କରୋନା ପଜିଟିଭ୍ ବୋଲି ଅଦାଲତକୁ ଦର୍ଶାଇଥିଲେ। ହେଲେ କୋଭିଡ୍ରୁ ସୁସ୍ଥ ହେବା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବା କଥା। କିନ୍ତୁ ଏହି ଘଟଣାର ଅବକାରୀ ଏସ୍ଆଇ ଶ୍ରୀ ପଢ଼ିହାରୀ ଅବହେଳା ପ୍ରଦର୍ଶନ କରିବା ଅଭିଯୋଗରେ ନିଲମ୍ବିତ ହୋଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Suspended.jpg)