ରୋମାନିଆର ଗୁରା ହ୍ୟୁମୋରୁଲୁଇ ତରଫରୁ ଅନ୍ତର୍ଜାତୀୟ ବ୍ୟଙ୍ଗଚିତ୍ର ଶିଳ୍ପୀ ଅବନୀ ରଥ ସମ୍ମାନିତ

ଭୁବନେଶ୍ବର: ରୋମାନିଆର ଅନ୍ତର୍ଜାତୀୟ ବ୍ୟଙ୍ଗଚିତ୍ର ଓ ବ୍ୟଙ୍ଗ ସାହିତ୍ୟ ଫେଷ୍ଟିଭାଲ ‘ଉମୋର ଲା ଗୁରା ହ୍ୟୁମୋରୁଲୁଇ’ର ୩୦ ବର୍ଷ ପୂର୍ତି ଉପଲକ୍ଷେ ବଲାଙ୍ଗୀରର ଖ୍ୟାତନାମା ବ୍ୟଙ୍ଗ ଚିତ୍ରଶିଳ୍ପୀ ଅବନୀ କୁମାର ରଥଙ୍କୁ ଆୟୋଜକଙ୍କ ତରଫରୁ ମର୍ଯ୍ୟାଦାଜନକ ‘ଡିପ୍ଲୋମା ଡି ଏକ୍ସେଲେଣ୍ଟା’ ସମ୍ମାନ ପ୍ରଦାନ କରାଯାଇଛି। ୧୯୯୧ ମସିହାରୁ ଆରମ୍ଭ ହୋଇଥିବା ଏହି ଅନ୍ତର୍ଜାତୀୟସ୍ତରରେ ପ୍ରତିଷ୍ଠିତ ପ୍ରତିଯୋଗିତାରେ ୨୦୧୨ ମସିହାରେ ଶ୍ରୀ ରଥ ପୁରସ୍କୃତ ହୋଇଥିଲେ। ରେମାାନିଆରୁ ଆସିଥିବା ମାନପତ୍ର ଏବଂ ଏକ ସୁଦୃ୍ଶ୍ୟ ସ୍ମରଣିକା ପୁସ୍ତିକା ଶ୍ରୀ ରଥଙ୍କ ହସ୍ତଗତ ହୋଇଛି।

ପ୍ରକାଶଯୋଗ୍ୟ, ନିଜ ଭ୍ରାତା ଅଶ୍ବିନୀ କୁମାର ରଥଙ୍କ ସହ ଯୁଗ୍ମ ଭାବରେ ‘ଅଶ୍ବିନୀ-ଅବନୀ’ ନାମରେ ପରିଚିତ ଏହି ଯୋଡ଼ି ଅନେକବାର ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି ଏବଂ ଏମାନଙ୍କର ଅନେକ ବ୍ୟଙ୍ଗଚିତ୍ର ବିଶ୍ବର ବିଭିନ୍ନ ଦେଶରେ ପ୍ରଦର୍ଶିତ ହୋଇ ପ୍ରଶଂସା ସାଉଁଟିଛି। ବ୍ୟଙ୍ଗଚିତ୍ର ଜଗତକୁ ଏମାନଙ୍କ ଅବଦାନର ସ୍ବୀକୃତି ସ୍ବରୂପ ଏ ଦୁହିଁଙ୍କ ନାମ ଲିମ୍‌କା ବୁକ୍‌ ଅଫ‌ ରେକର୍ଡସରେ ମଧ୍ୟ ସ୍ଥାନୀତ ହୋଇଛି।

ସମ୍ବନ୍ଧିତ ଖବର