ଭୁବନେଶ୍ବର : ପୁରୁଣା ଭୁବନେଶ୍ବରର ମହତାବ ରୋଡ଼୍ ନିବାସୀ ଅଧ୍ୟାପିକା ଡ. ଅବନ୍ତୀ ତ୍ରିପାଠୀଙ୍କର ଗତ ୧୭ ତାରିଖରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା। ମସ୍ତିଷ୍କ ଆଘାତ ଜନିତ ଅସୁସ୍ଥତା କାରଣରୁ ସେ ଚିକିତ୍ସିତ ହେଉଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ ସମ୍ପନ୍ନ ହୋଇଛି। ପୁତ୍ର ଅଂଶୁମାନ ଶତପଥୀ ମୁଖାଗ୍ନୀ ଦେଇଥିଲେ। ମୃତ୍ୟୁଶଯ୍ୟା ନିକଟରେ କନ୍ୟା ଆକାଂକ୍ଷା ଓ ସ୍ବାମୀ ରାମକୃଷ୍ଣ ଶତପଥୀ ତଥା ଅନ୍ୟ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ।
ଅବନ୍ତୀ ତ୍ରିପାଠୀଙ୍କ ପରଲୋକ
/sambad/media/post_attachments/wp-content/uploads/2018/10/abanti-copy-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)