ରାଜ୍ୟରେ ଆବାସିକ କଲେଜ ବେଆଇନ୍ ଦେୟ ଆଦାୟ କରୁଥିବା ଅଭିଯୋଗ

ଭୁବନେଶ୍ବର : ରାଜ୍ୟରେ ଆବାସିକ କଲେଜଗୁଡ଼ିକ ବେଆଇନ୍ ଭ‌ାବେ ଅଧିକ ଦେୟ ଆଦାୟ କରୁଥିବାର ଅଭିଯୋଗ ଜାତୀୟ ମାନବାଧିକାର କମିସନ୍‌ଙ୍କ ନିକଟରେ ପହଞ୍ଚିଛି। କମିସନ୍‌ ଉଚ୍ଚଶିକ୍ଷା ବିଭାଗକୁ ନୋଟିସ୍ ଜାରି କରି ପକ୍ଷ ରଖିବାକୁ କହିଛନ୍ତି। କମିସନ୍‌ଙ୍କ ନୋଟିସ୍ ପାଇଲା ପରେ ଗତ ନଭେମ୍ବର ୨୬ ତାରିଖରେ ଭୁବନେଶ୍ବର, ସମ୍ବଲପୁର, ବାଲେଶ୍ବର ଓ ଜୟପୁରର ଆଞ୍ଚଳିକ ନିର୍ଦ୍ଦେଶକଙ୍କ ପାଖକୁ ଚିଠି ଲେଖାଯାଇ ତଥ୍ୟ ମଗାଯାଇଥିଲା। କିନ୍ତୁ ତଥ୍ୟ ନ ମିଳିବାରୁ ବିଭାଗ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇ ଆଜି ସାନି ଚିଠି ଲେଖାଯାଇଛି। ଆସନ୍ତା ୩ ଦିନରେ ଏ ସଂକ୍ରାନ୍ତରେ ରିପୋର୍ଟ ଦେବାକୁ ଆଞ୍ଚଳିକ ନିର୍ଦ୍ଦେଶକମାନଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର