ନୂଆପଡ଼ା: ଆଜି ସକାଳେ ଦୁର୍ଘଟଣାରେ ଗୁରୁତର ଥିବା ଜଣେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ଏବିଡିଓ)ଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ବେଳେ ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ଏବିଡିଓ) ରାମବିଳାସ ମଙ୍ଗରାଜ ବଲାଙ୍ଗୀର ଜିଲ୍ଲାର ବେଲପଡ଼ାରୁ ଖଡ଼ିଆଳକୁ ଯାଉଥିଲେ। ସେ ନିଜର ସୁଇଫ୍ଟ୍ ଡିଜାୟାର୍ କାର୍ ଯୋଗେ ଯାଉଥିବା ବେଳେ ହଠାତ୍ ତାଙ୍କ କାରଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।
କୁହାଯାଉଛି ଯେ କାର୍ ଚାଳକର ଆଖି ପତା ଲାଗି ଯାଇଥିବା ଯୋଗୁ ସେ ଏକ ଗଛରେ କାରଟିକୁ ପିଟି ଦେଇଥିଲେ। ଫଳରେ ଦୁର୍ଘଟଣା ଘଟିଥିଲା ଏବଂ ଏଥିରେ ଉଭୟେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ କାର୍ ଚାଳକ ଗୁରୁତର ହୋଇଥିଲେ । ଏହାପରେ ସ୍ଥାନୀୟ ଲୋକେ ଦୁଇ ଗୁରୁତରଙ୍କୁ ନିକଟସ୍ଥ ବଲାଙ୍ଗୀର ଜିଲ୍ଲାର ବଙ୍ଗମୁଣ୍ଡା ଡାକ୍ତରଖାନାକୁ ନେଇଥିଲେ। ତା’ପରେ ରାମବିଳାସ ମଙ୍ଗରାଜଙ୍କୁ ରାୟପୁରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା।/sambad/media/post_attachments/wp-content/uploads/2020/02/ମୁ.jpg)
ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ରାମବିଳାସ ମଙ୍ଗରାଜ ଆଖି ବୁଜିଛନ୍ତି। ରାମବିଳାସ ମଙ୍ଗରାଜଙ୍କର ବୟସ ୫୫ ବର୍ଷ ବୋଲି କୁହାଯାଉଛି । ଅପରପକ୍ଷରେ କାର୍ ଚାଳକ ଏବେ ବି ବଙ୍ଗମୁଣ୍ଡା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/abdo.jpg)