ଅବ୍‌ଦୁଲ୍‌ ରଜାକ୍‌ ଖାନ୍‌ଙ୍କ ପରଲୋକ

କଟକ : ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ ବରିଷ୍ଠ ଡ୍ରାଫ୍ଟସ୍‌ମ୍ୟାନ୍‌ ଶେଖ୍‌ ବଜାର ଖଟ୍‌ବିନ୍‌ ସାହିର ଅବ୍‌ଦୁଲ୍‌ ରଜାକ୍‌ ଖାନ୍‌ (୮୩)ଙ୍କର ଆଜି ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ବୟସାଧିକ୍ୟ କାରଣରୁ ଗତକାଲି ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଫରହତ୍‌ ଜହାଁ, ପୁଅ ଇସ୍‌ତେୟାକ୍‌ ଅହେମ୍ମଦ ଖାନ୍‌, ଅଖ୍‌ଲାକ୍‌ ଅହେମ୍ମଦ ଖାନ୍‌, ଅସ୍‌ଫାକ୍‌ ଅହେମ୍ମଦ୍‌ ଖାନ୍‌ଙ୍କ ସମେତ ପରିବାର ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ଖଟ୍‌ବିନ୍‌ସାହି ମୁସ୍‌ଲିମ୍‌ ବସ୍ତିର ପୂର୍ବତନ ସଭାପତି ଓ ଦିୱାନ୍‌ ବଜାରସ୍ଥିତ ମଦ୍ରସା ମଦିନତୁଲ୍‌ ଇଲ୍‌ମ୍‌ର ସଭ୍ୟ ସ୍ବର୍ଗତ ରଜାକ୍‌ ଅଞ୍ଚଳରେ ଲୋକଙ୍କୁ ଆଇନ ସହାୟତା କରୁଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଆସନ୍ତାକାଲି ଜୋହର୍‌ ନମାଜ ପରେ କଦମ୍‌ ରସୁଲ୍‌ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର