ରାଜନଗର : ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟର ଶ୍ରେଣୀଗୃହ ଭିତରେ ଅସଦାଚରଣ କରିବା ଅଭିଯୋଗରେ କେନ୍ଦ୍ରାପଡ଼ା ରାଜନଗର ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ (ଏବିଇଓ) ସୁବାସ ଚନ୍ଦ୍ର ମହାନ୍ତିଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ ରାଜନଗର ଥାନାରେ ନାବାଳିକା ଛାତ୍ରୀଙ୍କ ମା’ କରିଥିବା ଅଭିଯୋଗ ମୁତାବକ, ତାଙ୍କ ଝିଅ ଷଷ୍ଠ ଶ୍ରେଣୀରେ ପାଠ ପଢେ। ଗତକାଲି ସେ ସ୍କୁଲକୁ ପଢିବାକୁ ଯାଇଥିବା ବେଳେ ମଧ୍ୟାହ୍ନଭୋଜନ ଛୁଟି ସମୟରେ ପିଲାମାନେ ଖେଳୁଥିବା ବେଳେ ଝିଅଟି ଶ୍ରେଣୀ ଗୃହରେ ବସି ଟିଉସନ ପାଠ କରୁଥିଲା। ଏହି ସମୟରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ମହାନ୍ତି ପହଞ୍ଚି ନାବାଳିକା ଝିଅ ସହ ଅସଦାଚରଣ ଉଦ୍ୟମ କରିଥିଲେ। ଝିଅ ପାଟି କରିବାରୁ କାହାକୁ ନ କହିବାକୁ କହି ପଳାଇଥିଲେ। ଝିଅ ଘରକୁ ଆସି ଟିଉସନ ଦିଦିଙ୍କୁ ଘଟଣା ସମ୍ପର୍କରେ କହିଥିଲା। ଏ ସମ୍ପର୍କରେ ଜାଣିବା ପରେ ଝିଅର ବାପା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଓ ଏବିଇଓଙ୍କୁ ଫୋନ ଯୋଗେ ପଚାରିଥିଲେ। ଆଜି ସକାଳେ ଏବିଇଓ ଶ୍ରୀ ମହାନ୍ତି ଛାତ୍ରୀଙ୍କ ଘର ନିକଟରେ ପହଞ୍ଚିବାପରେ ତାଙ୍କୁ ଗ୍ରାମବାସୀ ପୁଲିସ ଜିମା ଦେଇଥିଲେ। ଛାତ୍ରୀଙ୍କ ମା’ଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଛାତ୍ରୀଙ୍କ ବୟାନ ରେକର୍ଡ କରିବା ସହ ଏବିଇଓଙ୍କୁ ଗିରଫ କରିଛି।
ଏବିଇଓ ଶ୍ରୀ ମହାନ୍ତି ରାଜନଗର ବ୍ଲକ୍ର ପ୍ରଥମ ଆଦର୍ଶ ଶିକ୍ଷକ ଭାବେ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି। ଅନ୍ୟପଟେ ଏବିଇଓଙ୍କୁ ତୁରନ୍ତ କୋର୍ଟଚାଲାଣ ପାଇଁ ଗାଁର ଶତାଧିକ ଲୋକେ ଥାନାରେ ପହଞ୍ଚି ପାଟିତୁଣ୍ଡ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/arrest-2.jpg)