ହତିୟାର ପକାଇ ଦିଅନ୍ତୁ, ଓଡ଼ିଶା କୋଳେଇ ନେବ: ଡିଜି

କୋରାପୁଟ: ଲାଲଗଡ଼ଭାବେ ପରିଚିତ ଦକ୍ଷିଣ ପଶ୍ଚିମାଞ୍ଚଳରେ ମାଓ ଗତିବିଧି ହ୍ରାସ କରିବାକୁ ଦୃଢକ୍ତି ପ୍ରକାଶ କରିଛନ୍ତି ପୁଲିସ ଡିଜି ଅଭୟ। ଆସନ୍ତା ବର୍ଷ ସୁଦ୍ଧା ଏହାକୁ ସମୂଳେ ନାଷ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଆଜି ସକାଳ ପ୍ରାୟ ୧୦ଟାବେଳେ ଏସଡବ୍ଲୁଆର କାର୍ଯ୍ୟାଳୟରେ ପହଞ୍ଚି ଗତବର୍ଷର ଅପରାଧିକ କାର୍ଯ୍ୟାଳାପ ଓ ଆସନ୍ତାବର୍ଷର ରଣନୀତି ଉପରେ ୬ଟି ଜିଲ୍ଲାର ଏସପି(କୋରାପୁଟର ବରୁଣ ଗୁଣ୍ଟୁପାଲି, ମାଲକାନଗିରି ଏସପି ଋଷିକେଶ ଡି. ଖିଲାରୀ, ରାୟଗଡା ଏସପି ବିବେକାନନ୍ଦ ଶର୍ମା, ନରବଙ୍ଗପୁର ପ୍ରହଲ୍ଲାଦ ସହାଇ ମୀନା, କଳାହାଣ୍ଡି ଡ.ଶରବଣା ବିବେକ୍ ଏମ. ଓ ନୂଆପଡା ଏସପି ରାହୁଲ ଜୈନ)ଙ୍କୁ ନେଇ ଏକ ରୁଦ୍ଧଦ୍ବାର ବୈଠକ ବସିଥିଲା। ସେଠାରେ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା। ସେଠାରୁ ପୁଲିସ ଡିଜି ଅଭୟ ବାହାରି ଆର୍ମଡ଼ ପୁଲିସ ଫୋର୍ସର ନୂତନ ଗୃହ ଉଦଘାଟନ ସମୋରୋହରେ ଯୋଗ ଦେଇଥିଲେ।

ପୁଲିସ୍ ଡିଜି ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ଚୋରା ଗଞ୍ଜେଇ ଚାଲାଣ ଓ ମାଓ ବାଦୀଙ୍କ ଉପରେ ଓଡ଼ିଶା ପୁଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମାଓବାଦୀମାନେ ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ। ମୁଖ୍ୟତଃ ମାଲକାନଗିରି ଜିଲ୍ଲାରେ ମାଓ ଉପସ୍ଥିତି ଆଶାତିତ ଭାବେ ହ୍ରାସ ପାଇଛି। ମୁଖ୍ୟତଃ ବିଚ୍ଛିନ୍ନାଞ୍ଚଳରେ ମାଓ ଗତିବିଧି ହ୍ରାସ ପାଇଥିବାବେଳେ ଆମେ ଦୃଢ ସଙ୍କଳ୍ପ ଅଛୁ ଯେ ମାଓ ଗତିବିଧିକୁ ଶୂନ୍ୟର ପାଖାପାଖି ଆଣିବୁ। ଯେଉଁ ମାଓବାଦୀମାନେ ବଞ୍ଚିଯାଇଛନ୍ତି ସେମାନଙ୍କୁ ମୁଁ ଅନୁରୋଧ କରୁଛି ସେମାନେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଦିଅନ୍ତୁ। ଓଡ଼ିଶା ସରକାରଙ୍କର ଉଦାର ଥଇଥାନ ନୀତି ଅନୁସାରେ ସେମାନେ ସବୁ ସବୁଧା ପାଇବ। ସେମାନଙ୍କର କୌଣସ ସମସ୍ୟା ହେବ ନାହିଁ ବୋଲି ସେ କହିଛନ୍ତି। ଦକ୍ଷିଣପଶ୍ଚିମାଞ୍ଚଳ ରେଞ୍ଜରେ ଯାଉଥିବା ଓଡ଼ିଶାର ଛଅଟି ଜିଲ୍ଲାରେ ଗଞ୍ଜେଇ ଚାଲାଣକୁ ନେଇ ଗିରଫଦାରୀର ସଂଖ୍ୟା ବଢ଼ିବା ସହ ଅଧିକ ସଂଖ୍ୟକ ଗାଡ଼ି ଜବତ ହେବା ସହ କାଯ୍ୟନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ସିଜର ସଂଖ୍ୟା ବି ଆଶାତୀତ ଭାବେ ବୃଦ୍ଧି ପାଇଛି ବୋଲି ବି ସେ କହିଛନ୍ତି। ପୁଲିସ୍ ଡିଜି ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶା ପୁଲିସ ଚଳିତ ବର୍ଷ ମାଓ ଗତିବିଧି ଉପରେ ରୋକ ଲଗାଇଛି। ଛଅଟି ଜିଲ୍ଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ ଗତବର୍ଷ ତୁଳନାରେ ହ୍ରାସ ପାଇଛି। ଆସନ୍ତା ବର୍ଷ ପାଇଁ ରଣନୀତି ପ୍ରସ୍ତୁତ ହୋଇଥିବା ବେଳେ ମାଓ ଗତିବିଧି ଓ ଗଞ୍ଜେଇ ଚୋରା ଚାଲାଣ ସହ ଅନ୍ୟ ଅପରାଧିକ କାର୍ଯ୍ୟକଳାପ ହ୍ରାସ କରିବା ପାଇଁ ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଏନେଇ ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ କହିଛନ୍ତି ଯେ ,ଗଞ୍ଜେରଇ ଚୋରାଚାଲାଣ ରୋକିବାକୁ ୬ଟି ଜିଲ୍ଲାରେ କଠୋଧର କାର୍ଯ୍ୟନୁଷ୍ଠନ ଗ୍ରହଣ କରୁଛୁ। ଗାଡି ଜବତ, ଗଞ୍ଜେେଇ ଜବତ ସହ ଗିରଫଦାରୀକୁ ବୃଦ୍ଧି କରାଯାଇଛି। ଏହାସହ ଯେଉଁମାନେ ନିୟମିତଭାବେ ଏଥିରେ ସମ୍ପୃକ୍ତ ରହିଛନ୍ତି ସେମାନଙ୍କର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇ ରହିଛି। ସେମାନଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯିବା ସହ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଯେଉଁମାନେ ନିୟମତି ଭାବେ ଚୋରା ଚାଲାଣରେ ମାତୁଛନ୍ତି ସେମାନଙ୍କୁ ନିସ୍ତାର ନାହିଁ। ସେମାନଙ୍କୁ ଅଟକ ରଖାଯାଇ ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର