ଭୁବନେଶ୍ବର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଏବଂ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଆଇଏଫଏସ୍‌ ଅଭୟକାନ୍ତ ପାଠକ ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ସୋମବାର ଦିନ ଇଡିରେ ହାଜର ହୋଇଛନ୍ତି। ଇଡି ତାଙ୍କୁ ଦୁଇ ଘଣ୍ଟା କାଳ ପଚରାଉଚରା କରିଛି। ତେବେ କେଉଁ କାରଣ ପାଇଁ ଇଡି ତାଙ୍କୁ ଡକାଇଥିଲା, ସେ ସଂପର୍କରେ ଚର୍ଚ୍ଚିଲ ଗଣମାଧ୍ୟମରେ କୌଣସି ଉତ୍ତର ରଖି ନାହାନ୍ତି।

Advertisment

ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଅଭୟଙ୍କ ନିକଟରେ ଏକ ଦାମୀ କାର୍‌ ଥିଲା। ଅଭୟ ଉକ୍ତ ଦାମୀ କାର୍‌ଟିକୁ ଚର୍ଚ୍ଚିଲଙ୍କ ସୋ’ରୁମ୍‌ରୁ କିଣିଥିଲେ। ତେଣୁ ସେ ବାବଦରେ ଅଧିକ ତଥ୍ୟ ହାସଲ ପାଇଁ ଇଡି ତାଙ୍କୁ ପଚରାଉଚରା କରିଥିବା ଜଣାଯାଇଛି।