ଭୁବନେଶ୍ବର: କୋଣାର୍କ, ଓଡ଼ିଶା ଓ ଓଡ଼ିଆଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇ ବିବାଦରେ ଫସିଥିବା ଅଭିଜିତ ଆୟାର ମିତ୍ରଙ୍କ ଉପରୁ ରାଜ୍ୟ ସରକାର ସମସ୍ତ ଅପରାଧିକ ମାମଲା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଭିଜିତ୍ ୪୦ଦିନରୁ ଅଧିକ ଜେଲ୍ରେ ରହିବା ପରେ ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ପ୍ରତ୍ୟାହାର କରିନେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ଅଭିଜିତ୍ଙ୍କ କ୍ଷମା ପ୍ରାର୍ଥନାକୁ ନଜରରେ ରଖି ଗୃହ ବିଭାଗ ତାଙ୍କ ଉପରେ ଲାଗିଥିବା ସମସ୍ତ ମାମଲା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ବିଭାଗୀୟ ସ୍ବତନ୍ତ୍ର ସଚିବ ଆଜି ଜଣାଇଛନ୍ତି। ଗୃହ ବିଭାଗ ପକ୍ଷରୁ କୁହାଯାଇଛି ଯେ, କୌଣସି ଉଦ୍ଦେଶ୍ୟ ନରଖି ଓଡ଼ିଆଙ୍କ ଭାବାବେଗକୁ ଆଘାତ ଦେଇଥିଲେ ବୋଲି ଅଭିଯୋଗ କହିଛନ୍ତି । ଏଥିପାଇଁ ସେ କ୍ଷମା ପ୍ରାର୍ଥନା କରିବା ସହ ପଶ୍ଚାତାପ ବି କରୁଛନ୍ତି। ଏହାକୁ ରାଜ୍ୟ ସରକାର ଗ୍ରହଣ କରନ୍ତୁ। ଅପରପେକ୍ଷ କୌଣସି ଉଦ୍ଦେଶ୍ୟ ନରଖି ଅଭିଜିତ୍ ଏପରି କରିଥିବା ହୃଦ୍ବୋଧ ହେବା ପରେ ଗତ ୧୬ ନେଭମ୍ବରରେ ଓଡ଼ିଶା ବିଧାନସଭା ତାଙ୍କୁ କ୍ଷମା କରିଛି। ଅଭିଜିତଙ୍କୁ ଅନୁରୋଧକୁ ବିଚାର କରିବା ପରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ତାଙ୍କ ବିରୋଧରେ ଆଉ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ନାହିଁ। ଏହାସହ ଶୁଣାଣି ହୋଇନଥିବା ଅନ୍ୟ ସମସ୍ତ ମାମଲାକୁ ପ୍ରତ୍ୟାହାର କରିନିଆଯିବ।
ଅଭିଜିତ୍ଙ୍କୁ କ୍ଷମାକଲେ ସରକାର, ସମସ୍ତ ଅପରାଧିକ ମାମଲା ପ୍ରତ୍ୟାହାର ହେବ
/sambad/media/post_attachments/wp-content/uploads/2018/09/abhijeet-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)