ଜାମିନ ପାଇଲେ ଅଭିଜିତ ଆୟାର ମିତ୍ର, ୨୮ ପରେ କୋଣାର୍କ ମେରାଇନ ଥାନାରେ ହାଜିର ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଓଡିଶା, ଓଡ଼ିଆ ଓ  ବିଧାନସଭା ସଦସ୍ୟଙ୍କ ବିରୋଧରେ ଆଶାଳୀନ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ସାମ୍ବାଦିକ ଅଭିଜିତ ଆୟାର ମିତ୍ରଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ଦିଲ୍ଲୀର ସାକେତ କୋର୍ଟ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଜାମିନ ଦେଇଛନ୍ତି । ୨୮ ତାରିଖ ପରେ କୋଣାର୍କ ଥାନାରେ ହାଜିର ହେବାକୁ କୋର୍ଟ ଅଭିଜିତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ତାଙ୍କୁ ରିମାଣ୍ଡରେ ନେବାକୁ ଓଡ଼ିଶା ପୁଲିସ କରିଥିବା ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ରିମାଣ୍ଡରେ ନେବାକୁ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ ଓଡ଼ିଶା ପୁଲିସ ବିଫଳ ହେବାରୁ ତାଙ୍କୁ ଲକ୍ଷେ ଟଙ୍କା ମୁଚାଲିକାରେ କୋର୍ଟ ଜାମିନ ଦେଇଛନ୍ତି । ଗତ କାଲି ଓଡ଼ିଶା ପୁଲିସ ପକ୍ଷରୁ ଇମେଲ ଯୋଗେ ତାଙ୍କୁ ହାଜିର ହେବାକୁ ସମନ ପଠାଯାଇଥିଲା । ସେ ୧୦ ଦିନ ମଧ୍ୟରେ ହାଜିର ହେବେ ବୋଲି ପୁଲିସକୁ ଇ-ମେଲ ଯୋଗେ ଜଣାଇଥିଲେ । ତେବେ ଏହା ସତ୍ତ୍ବେ ଆଜି ନୂଆଦିଲ୍ଲୀସ୍ଥିତ ନିଜାମୁଦ୍ଦିନ ଥାନା ପୁଲିସ ସହାୟତାରେ ତାଙ୍କୁ ଓଡ଼ିଶା ପୁଲିସ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର