ଭୁବନେଶ୍ୱର: ମଙ୍ଗଳବାର ପୂର୍ବାହ୍ନରେ ବିଧାନସଭା ଗୃହ କମିଟି ସମ୍ମୁଖରେ ଅଭିଜିତ ଆୟାର୍ ହାଜର ହୋଇଛନ୍ତି।
ଓଡ଼ିଶାର କଳା ଓ ସଂସ୍କୃତି ଏବଂ ବିଧାୟକମାନଙ୍କ ବିରୋଧରେ ସେ ରୁଚିହୀନ ମନ୍ତବ୍ୟ ଦେଇଥିଲେ। ସେଥିପାଇଁ ତାଙ୍କ ନାଁ’ରେ ସହିଦ ନଗର ଥାନା ଓ କୋଣାର୍କ ଥାନାରେ ମାମଲା ରୁଜୁ କରାଯାଇଥିଲା। ଏହାଛଡ଼ା ବ୍ୟକ୍ତିଗତ ଭାବେ ହାଜର ହେବାକୁ ଗୃହ କମିଟି ମଧ୍ୟ ତାଙ୍କୁ ନିର୍ଦେଶ ଦେଇଥିଲେ।
କିନ୍ତୁ, ସେ ଥାନା କି, ଗୃହ କମିଟି ସମ୍ମୁଖରେ ହାଜର ହେବା ପରିବର୍ତ୍ତେ ଇ-ମେଲ୍ ଓ ଟୁଇଟର୍ ଜରିଆରେ କ୍ଷମାଯାଚନା କରିଥିଲେ। ବ୍ୟକ୍ତିଗତ ଭାବେ ହାଜର ହେବାକୁ ଗୃହ କମିଟି ତାଙ୍କୁ ଆଜି ଯାଏଁ ସମୟ ଦେଇଥିଲା।
୬ ଜଣିଆ ଗୃହ କମିଟିର ଅଧ୍ୟକ୍ଷତା କରୁଛନ୍ତି ବିରୋଧୀଦଳ ନେତା ନରସିଂହ ମିଶ୍ର।