ଆସିଲେନି ଆୟର, ସୁରକ୍ଷା ମାଗିଲେ

ସକାଳୁ ସନ୍ଧ୍ୟା ଯାଏଁ ଭିଡ଼

କୋଣାର୍କ/ଭୁବନେଶ୍ୱର : ବିଶ୍ୱ ବିଖ୍ୟାତ କୋଣାର୍କ ସୂର୍ଯ୍ୟମନ୍ଦିରର କାରୁକାର୍ଯ୍ୟ ସମେତ ମହାପ୍ରଭୁ ଶ୍ରୀଜଗନ୍ନାଥ, ଓଡ଼ିଶାର ବିଧାୟକ ଓ ସାମ୍ବାଦିକ ସମୂହଙ୍କ ବିରୁଦ୍ଧରେ ଅରୁଚିକର ଓ ଅଶାଳୀନ ମନ୍ତବ୍ୟ ଦେଇଥିବା ଦିଲ୍ଲୀର ଅଭିଜିତ ଆୟର ମିତ୍ରଙ୍କ ପ୍ରତି ଓଡ଼ିଶାବାସୀଙ୍କ ନକରାତ୍ମକ ମନୋଭାବ ରହିଛି। ସୁପ୍ରିମକୋର୍ଟରେ ଜାମିନ ନାମ˚ଜୁର ହେବା ପରେ ଆଜି କୋଣାର୍କ ଥାନାରେ ହାଜର ହେବା ନେଇ ଚର୍ଚ୍ଚା ହେବା ପରେ କୋଣାର୍କ ଥାନାରେ ପ୍ରବଳ ଭିଡ଼ ଜମିଥିଲା। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଅପେକ୍ଷା କରି ରହିଥିଲେ। ହେଲେ ଅଭିଜିତ ଆୟାର ଆସିନଥିଲେ। ଅନ୍ୟପକ୍ଷରେ ଓଡ଼ିଶାରେ ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରି ଆୟାର ଓଡ଼ିଶା ପୁଲିସ୍‌କୁ ସୁରକ୍ଷା ମାଗିଛନ୍ତି। ତାଙ୍କ ଆଇନଜୀବୀ ଏ ବାବଦରେ ପୁରୀ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି।

ସୂଚନା ମୁତାବକ, ଗତ ମାସରେ ଅଭିଜିତ ଆୟର କୋଣାର୍କ ସୂର୍ଯ୍ୟମନ୍ଦିର ଉପରେ ଅରୁଚିକର ମନ୍ତବ୍ୟ ଦେଇଥିଲେ। ମହାପ୍ରଭୁ ଜଗନ୍ନାଥ , ଓଡ଼ିଶାର ବିଧାୟକ ଓ ସାମ୍ବାଦିକମାନଙ୍କୁ ମଧୢ ସେ କଡ଼ା ଗଳାରେ ସମାଲୋଚନା କରି ସୋସିଆଲ ମିଡିଆାରେ ଅପ୍‌ଲୋଡ୍‌ କରିଥି‌େଲ। ଏନେଇ କୋଣାର୍କର ବରିଷ୍ଠ ନାଗରିକ ତଥା ପୂର୍ବତନ କାଉନସିଲର ବିମ୍ବାଧର ବେଉରା କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି କୋଣାର୍କ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। କୋଣାର୍କ ଥାନା ଭାରପ୍ରାକ୍ତ ଅଧିକାରୀ ସ˚ଜୀବ କୁମାର ପ୍ରଧାନ ଓଡ଼ିଶା ପୁଲିସ ସହଯୋଗରେ ଦିଲ୍ଲୀ ଯାଇ ଅଭିଜିତ ଆୟରକୁ ଗିରଫ କରିଥିଲେ। ଅଦାଲତଙ୍କ ଆଦେଶକ୍ରମେ ଅଭିଯୁକ୍ତ ଅଭିଜିତ ଆୟାରଙ୍କୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଥିଲା। ୪ ତାରିଖରେ ଆୟରଙ୍କ ଜାମିନ ନାମ˚ଜୁର କରାଯାଇ ତାଙ୍କୁ ୬ ତାରିଖ ମଧୢରେ କୋଣାର୍କ ଥାନାରେ ହାଜର ପାଇଁ ନିର୍ଦ୍ଦେଶ ରହିଥିଲା। ଆଜି କୋଣାର୍କ ଥାନାରେ ହାଜର ହେବା ସୂଚନା ମିଳିବା ପରେ କୋଣାର୍କ ଥାନାରେ ଭିଡ଼ ଜମିଥିଲା ା ମାତ୍ର ସନ୍ଧ୍ୟା ପର୍ଯ୍ୟନ୍ତ ଆୟର ଥାନାକୁ ଆସିନଥିଲେ ା ଲୋକମାନେ ଉତ୍ତ୍ୟକ୍ତ ଥିବାରୁ ଅଭିଜିତ ଆୟାର କୋଣାର୍କ ଆସିଲେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଫଳରେ ପୁଲିସ୍‌ର ଚିନ୍ତା ବଢ଼ିଛି।

ସେହିପରି ବିରୋଧୀ ଦଳ ‌ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ୱତନ୍ତ୍ର ଗୃହ କମିଟି ଅଭିଜିତ ବିରୋଧରେ ଆଣିଥିବା ସ୍ୱାଧିକାର ଭଙ୍ଗ ଅଭିଯୋଗର ବିଚାର ଆସନ୍ତା ୧୧ ତାରିଖରେ ହେବାକୁ ସ୍ଥିର ହୋଇଛି। ଏନେଇ ତାଙ୍କୁ ଗୃହ କମିଟି ପକ୍ଷରୁ ସମନ ଜାରି କରାଯାଇଛି। ଓଡ଼ିଶା ଗସ୍ତ ସମୟ‌େର ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ସୁରକ୍ଷା ଲୋଡ଼ିଛନ୍ତି। ତେଣୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପୁଲିସ୍‌ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର