ଭୁବନେଶ୍ୱର : ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିକୁ କଟାକ୍ଷ କରିଥିବା ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ର ଓଡ଼ିଶାର ବିଧାନସଭା ଏବଂ ବିଧାୟକମାନଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଏକ ଟେଲିଭିଜନ ଚ୍ୟାନେଲ୍ ସହିତ କଥାବାର୍ତା ବେଳେ ସେ କହିଛନ୍ତି, ‘ମୁଁ ଯାହା ବି କିଛି କହିଛି ତାହା କୌଣସି ମନ୍ତବ୍ୟ ନୁହେଁ। କେବଳ ବ୍ୟଙ୍ଗ ଥିଲା। କିନ୍ତୁ ଲଜ୍ଜାଜନକ କଥା ହେଉଛି ଓଡ଼ିଶାର ବିଧାୟକମାନେ ଏତେ ବୋକା ମୁଁ ଜାଣିନଥିଲି। ବ୍ୟଙ୍ଗ କ’ଣ ଓ ସିରିଅସ୍ କଥା କ’ଣ ତାହା ସେମାନେ ଜାଣିପାରୁ ନାହାନ୍ତି।’
Sambad is now on WhatsApp
Join and get latest news updates delivered to you via WhatsApp
ବ୍ୟଙ୍ଗ ନାଁରେ କୌଣସି ସଂସ୍କୃତି ପ୍ରତି କିଭଳି ଅପଶବ୍ଦ ବ୍ୟବହାର କରିପାରୁଛନ୍ତି ବୋଲି ପ୍ରଶ୍ନ ହେବାରୁ ଅଭିଜିତ କହିଥିଲେ, ‘ହଁ ମୁଁ ସେଭଳି କରିବି। ଏମିତି ନକରିବା ପାଇଁ କୌଣସି ନିର୍ଦିଷ୍ଟ ନିୟମ ନାହିଁ। ଭାରତର ସମ୍ବିଧାନ ମୋତେ ଏଭଳି ବ୍ୟଙ୍ଗ କରିବା ପାଇଁ ଅଧିକାର ଦେଇଛି।’
ପୁଣି ଥରେ ଓଡ଼ିଶା ଯିବେ ନା ନାହିଁ ବୋଲି ପ୍ରଶ୍ନ ହେବାରୁ ସେ କହିଥିଲେ ଯେ, ‘ହଁ ନିଶ୍ଚିତ ଯିବି। ମୁଁ ଓଡ଼ିଶାକୁ ଭଲ ପାଏ। ଆଗାମୀ ଦିନରେ ଯେତେବେଳେ ମୋ ପାଖରେ ପଇସା ହେବ ମୁଁ ଟ୍ରେନ୍ ଟିକଟ କିଣି ଓଡ଼ିଶା ଯିବି।’