ସହାନୁଭୂତି ଗୋଟାଇବାକୁ ନୂଆ ଚାଲ୍‌

ଗଣମାଧ୍ୟମରେ ପୁଣି କ୍ଷମା ମାଗିଲେ ଆୟାର, ବୈଜୟନ୍ତଙ୍କ ସହ ସଂପର୍କକୁ ଫାଙ୍କିଲେ, ୨୩ରେ ଗୃହ କମିଟି ସାମ୍ନାରେ ହାଜର ହେବେ

ଭୁବନେଶ୍ବର : ଓଡ଼ିଶାରେ ବିରୋଧରେ ଅପଶଦ୍ଦ ପ୍ରୟୋଗ କରିବା ବେଳେ ଗର୍ଜନ ତର୍ଜନ କରୁଥିେଲ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ର। ଏବେ କିନ୍ତୁ ଅକଳରେ ଫସିଯାଇଥିବା ଜାଣି, ପୁଣି ଥରେ ଚାଲାକି ଆରମ୍ଭ କରିଛନ୍ତି ଅଭିଜିତ। ତାଙ୍କ ସଂପର୍କରେ କାେଳ ବିଧାନସଭା ଗୃହ କମିଟି କଠୋର ପଦକ୍ଷେପ ନେବ, ସେଥିଲାଗି ସେ ଯୋଜନା ବଦ୍ଧ ଭାବେ ବାରମ୍ବାର କ୍ଷମା ପ୍ରାର୍ଥନା କରୁଛନ୍ତି। ଜାତୀୟ ଗଣମାଧ୍ୟମ ସାମ୍ନାରେ ନିଜ ସପକ୍ଷରେ ସଫେଇ ଦେବା ଆରମ୍ଭ କରିଛନ୍ତି।

ଆଜି ଯାଏ ଚୁପ୍ ଥିବା ଗୋଟିଏ ସମ୍ବେଦନଶୀଳ ପ୍ରସଙ୍ଗରେ ଅଭିଜିତ ଆଜି ମୁହଁ ଖୋଲିଛନ୍ତି। କହିଛନ୍ତି, ବୈଜୟନ୍ତ ତାଙ୍କ ବନ୍ଧୁ ନଥିଲେ। ବୈଜୟନ୍ତ ପଣ୍ଡାକୁ ସେ ଚିହ୍ନିନାହାନ୍ତି ଏବଂ ତାଙ୍କ ସହ ପୂର୍ବରୁ ମାତ୍ର ଦୁଇଥର ଭେଟ ହୋଇଛି। ଏକଥା ବି କହିଛନ୍ତି, ମୁଖ୍ୟମନ୍ତ୍ରୀ, ତାଙ୍କ କାର୍ଯ୍ୟାଳୟ, ବିଧାନସଭା ସମ୍ପର୍କରେ ସେ କିଛି ଖରାପ କଥା କହିଛନ୍ତି । ଏଥିପାଇଁ ଏବେ ପ୍ରବଳ ଚାପରେ ସେ ଅଛନ୍ତି ଓ ଏସବୁ ପାଇଁ ଆନ୍ତରିକ କ୍ଷମା ପ୍ରାର୍ଥନା କରୁଛନ୍ତି।

ଅଭିଜିତଙ୍କ ଏଭଳି ମନ୍ତବ୍ୟ କିନ୍ତୁ ବୁଦ୍ଧିଜୀବୀ ମହଲକୁ ବିସ୍ମିତ କରୁନି କି ରାଜ୍ୟବାସୀ ପ୍ରଭାବିତ ନୁହଁନ୍ତି। ବରଂ ଏଥିରୁ ଦୁଇଟି ସନ୍ଦେହର ଗନ୍ଧ ବାହାରିଲାଣି। ଗୋଟିଏ ମହଲର ଯୁକ୍ତି ହେଉଛି, ବନ୍ଧୁ ବୈଜୟନ୍ତ ଅଭିଜିତଙ୍କ ଲାଗି ଏବେ ଢେର୍ ପଶ୍ଚାତାପ କରୁଛନ୍ତି। ତାଙ୍କ ଭାବମୂର୍ତିରେ ସେ ଆଞ୍ଚ ଆଣିଛନ୍ତି। ସମ୍ଭବତଃ ତାଙ୍କୁ ଅଡୁଆରେ ନ ପକାଇବା ପାଇଁ ଏହା ଗୋଟିଏ ଚାଲ୍ ‌ହୋଇଥାଇପାରେ। ଏହାଦ୍ବାରା ବୈଜୟନ୍ତ ନିଜକୁ ଏହି ପ୍ରସଙ୍ଗକୁ ସହଜରେ ଦୂେରଇ ଦେଇପାରିବେ।

ଆଉ ଗୋଟିଏ ମହଲର ଯୁକ୍ତି ହେଉଛି, ଓଡ଼ିଶାର ଅସ୍ମିତା ନେଇ ତମ୍ବିେତାଫାନ କରୁଥିବା ରାଜ୍ୟ ସରକାର ହଠାତ୍ ଏ ପ୍ରସଙ୍ଗରେ ନିରବ ରହିଛନ୍ତି। ବିଧାନସଭାରେ ସରକାରୀ ଦଳର ବିଧାୟକମାେନ ତମ୍ବିେତାଫାନ କରିଥିେଲ। ଅଭିଜିତଙ୍କୁ ବାନ୍ଧି ଆଣିବା ଲାଗି ଦିଲ୍ଲୀକୁ ପୁଲିସ ପଠାଯାଇଥିଲା। ହେଲେ କାହିଁକି କେଜାଣି ଏବେ ପୁଲିସ ଡିଜି ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁନାହାନ୍ତି। ସର୍ବୋଚ୍ଚ ଅଦାଲତ ଜାମିନ ଖାରଜ କରିେଦବା ପରେ ବି ଅଭିଜିତଙ୍କୁ ବାନ୍ଧିବା ଲାଗି ପୁଲିସ ଆଉ ଆଗ୍ରହ ଦେଖାଉନାହିଁ। ସରକାର ବି ତନାଘନା କରୁନାହାନ୍ତି। ସମସ୍ତେ ଯେମିତି ଭୁଲି ଯାଇଛନ୍ତି। ସମ୍ଭବତଃ କୌଣସି ଅଦୃଶ୍ୟ ଚାପ ସରକାରଙ୍କୁ ବାଟବଣା କରିେଦଇଛି, ପୁଲିସକୁ ବି। ବୈଜୟନ୍ତଙ୍କ ସହ ସଂପର୍କ କାଟିବା ଏ କ୍ଷେତ୍ରରେ ଏକ କୌଶଳ ହୋଇପାରେ। ଯାହାଦ୍ବାରା ସେ କ୍ଷମା ମାଗି ରାଜ୍ୟବାସୀଙ୍କ ଠାରୁ ଆଉ ବୈଜୟନ୍ତଙ୍କ ସହ ସଂପର୍କ ଛିନ୍ନ କରି ସରକାରଙ୍କ ଠାରୁ ସହାନୁଭୂତି ଗୋଟାଇପାରିେବ।

ଉଲ୍ଲେଖଯୋଗ୍ୟ, ଆସନ୍ତା ୨୨ ତାରିଖରେ ଓଡ଼ିଶା ଆସିବେ ଓ ଗୃହ କମିଟି ସାମ୍ନାରେ ୨୩ ତାରିଖରେ ହାଜର ହେବେ ବୋଲି ଅଭିଜିତ କହିଛନ୍ତି। ଏଥିସହିତ ପୁଣି ଥରେ କ୍ଷମା ପ୍ରାର୍ଥନା କରିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ପବ୍ଲିକ ପ୍ଲାଟଫର୍ମରେ ଥିବାବେଳେ ନିରବ ରହିବା ବୋଧହୁଏ ସବୁଠୁ ଭଲ ଓ ଯାହା କହିବା ତାହା ଅଧିକ ପରିପକ୍ବ ହେବା ଉଚିତ୍ ବୋଲି ସେ ଏବେ ଅନୁଭବ କରୁଛନ୍ତି।

ଶ୍ରୀ ଆୟର କହିଛନ୍ତି, ସେ ଓଡ଼ିଶାକୁ ଭଲ ପାଆନ୍ତି ଓ ସର୍ବଦା ରାଜ୍ୟର ପ୍ରଶଂସା କରିଥାନ୍ତି । ଯଦି ତାଙ୍କର ଗବେଷଣାତ୍ମକ ଲେଖାକୁ କେହି ପଢ଼ିବେ ସେଥିରେ ଓଡ଼ିଶା ସମ୍ପର୍କରେ ଅନେକ ପ୍ରଶଂସା କରାଯାଇଛି ।ଓଡ଼ିଶା ପ୍ରତି ତାଙ୍କର ସର୍ବଦା ଉଚ୍ଚ ସମ୍ମାନ ରହିଛି । ଓଡ଼ିଶା ବୁଲିବାର ମୁଖ୍ୟ କାରଣ ହେଉଛି ଇତିହାସକୁ ଓଡ଼ିଶାର ଭାରତୀୟ ସଂସ୍କୃତି ପ୍ରତି ଅବଦାନ ସମ୍ପର୍କରେ ଅଧିକ ଜାଣିବା। ତାଙ୍କର ଟ୍ବିଟର ଆକାଉଣ୍ଟ ପେଶାଦାର ନୁହେଁ ବରଂ କେବଳ ମଉଜମସ୍ତି ପାଇଁ ବୋଲି ଶ୍ରୀ ଆୟର କହିଛନ୍ତି ।

ଅଭିଜିତ କହିଛନ୍ତି, ଓଡ଼ିଶା ବିଷୟରେ ଅଧିକ ଜାଣିବା ପାଇଁ ମୁଁ ଓ ମୋର ବନ୍ଧୁ ଯାଇଥିଲୁ । ଓଡିଶାରେ ପହଞ୍ଚିବା ପରେ ଆମକୁ ବୁଲିବା ପାଇଁ ନିମନ୍ତ୍ରଣ ମିଳିଥିଲା । କିନ୍ତୁ ହେଲିକପ୍ଟରରେ ବୁଲିବା ଯେ ଏତେ ସମସ୍ୟା ସୃଷ୍ଟି କରିବ ତାହା କେବେ ଭାବିନଥିଲି।

ସୂଚନାଯୋଗ୍ୟ, ଗତ ୫ତାରିଖରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରିଦେଇଥିଲେ । ସେ ଧାର୍ମିକ ଭାବନାକୁ ଉସକାଇଥିବା ଯୋଗୁ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗେଇ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଏକଥା ବି କହିଥିେଲ ଯେ ଜେଲ୍ ହିଁ ତାଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ। ହେଲେ ତା ପରଠାରୁ ପୁଲିସ କିନ୍ତୁ କିଛି ବି ପଦକ୍ଷେପ ନେଇନି।

ସମ୍ବନ୍ଧିତ ଖବର