ଜେଲରୁ ବାହାରିବା ପରେ ଅଭିଜିତଙ୍କ ପ୍ରଥମ ଟ୍ଵିଟ, କଣ କହିଲେ ଜାଣନ୍ତୁ

ଭୁବନେଶ୍ୱର : ଜେଲରୁ ବାହାରିବା ପରେ ଆଜି ଦୁଇଟି ଟ୍ଵିଟ କରିଛନ୍ତି ଅଭିଜିତ ଆୟାର ମିତ୍ର । ଗତ ଅକ୍ଟୋବର ୨୨ ପରଠାରୁ ପ୍ରଥମ ଥର ପାଇଁ ସେ ଟ୍ଵିଟ କରିଛନ୍ତି । ଅକ୍ଟୋବର ମାସରେ ହିଁ ତାଙ୍କୁ ଗିରଫ କରାଯାଇଥିଲା ।

ନିଜର ପ୍ରଥମ ଟ୍ଵିଟରେ ସେ ଲେଖିଛନ୍ତି, “ମୁଁ ୧୦ମ ପଢୁଥିବାବେଳେ ମୋ ଇଂରାଜୀ ଶିକ୍ଷୟିତ୍ରୀ ପ୍ରେମା ରଘୁନାଥ ମୋତେ କହିଥିଲେ, “ ତୁମର ଜୋକ୍ସ( ବ୍ୟଙ୍ଗ) ଗୁଡାକ ତୁମର ସିରିୟସ କଥା ତୁଳନାରେ ଅଧିକ ଡର ଲାଗେ”। ଆଜି ବୁଝିପାରୁଛି କଣ କହିଥିଲେ ।”

 

ପ୍ରଥମ ଟ୍ଵିଟର କିଛି ଘଣ୍ଟା ପରେ ସେ ଆଉ ଏକ ଟ୍ଵିଟ କରିଛନ୍ତି । ସେଥିରେ ଲେଖିଛନ୍ତି ଯେ “ଜେଲରେ ରହିବା ପରେ ବୋଧହୁଏ ମୋଟ ସ୍ୱାଦ ବାରିବା ଓ ଆଘ୍ରାଣ ଶକ୍ତି ବଢିଯାଇଛି ଓ ମୋ ମଧ୍ୟରେ ଥିବା ତାମିଲ ବ୍ରାହ୍ମଣ ଜାଗ୍ରତ ହୋଇଯାଇଛି । ମାଛ, ମାଂସ ଏପରିକି ପିଆଜ ରସୁଣ ଦେଖିଲେ ଘୃଣା ଲାଗୁଛି, କେବଳ ରସମସଦମ, କିରାଇ ଓ ଥାଇରସଦମ, ଲେମ୍ବୁ ଆଚାର ପରି ସାଧାସିଧା ସାତ୍ତ୍ୱିକ ତାମିଲ ଆହାର ଖାଇବାକୁ ଭଲ ଲାଗୁଛି ।”

 

ତାଙ୍କର ଏହି ଟ୍ଵିଟ ବେଶ ଚର୍ଚ୍ଚାର ବିଷୟ ହୋଇଛି । ଓଡ଼ିଶା ବିରୋଧୀ ବୟାନ ଯୋଗୁଁ ଗତ ଅକ୍ଟୋବର ମାସରେ ତାଙ୍କୁ ଗିରଫ କରାଯାଇଥିଲା । ନିକଟରେ ତାଙ୍କୁ ଓଡ଼ିଶା ସରକାର କ୍ଷମା ଦେବା ପରେ ସେ ମୁକୁଳିଛନ୍ତି ।

ସମ୍ବନ୍ଧିତ ଖବର