ସମ୍ବଲପୁର: ‘ହର ହର ଶମ୍ଭୁ’ ଗୀତ ଗାଇ ଓଡ଼ିଆ ଗାୟିକା ଅଭିଲିପ୍ସା ପଣ୍ଡା ବହୁତ କମ୍ ଦିନରେ ଲୋକପ୍ରିୟତା ହାସଲ କରିଛନ୍ତି। କିନ୍ତୁ, ଅଭିଲିପ୍ସାଙ୍କ ଶ୍ରେୟ ଚୋରି କରିବା ପାଇଁ କିଛି କଳାକାର ଏବେ ଲାଗିପଡ଼ିଛନ୍ତି। କିଛି ଜାତୀୟ ଗଣମାଧ୍ୟମ ଏହି ଗୀତକୁ ଅନ୍ୟ ଜଣେ କଳାକାର ଲେଖିବା ସହିତ ଗାଇଥିବାର ମିଥ୍ୟା ପ୍ରଚାର କରୁଥିବା ବେଳେ ବିଭିନ୍ନ ମହଲରେ କ୍ଷୋଭ ପ୍ରକାଶ ପାଇଛି। ଏସବୁ ଭିତରେ ଅଭିଲିପ୍ସାଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି। ଅଭିଲିପ୍ସା ଟ୍ୟାଗ୍ କରିବା ସହ ସେ ଟ୍ବିଟ୍ କରି କହିଛନ୍ତି, ‘ଅଭିଲିପ୍ସାଙ୍କ ଲୋକପ୍ରିୟ ଆଧ୍ୟାତ୍ମିକ ଗୀତ ‘ହର ହର ଶମ୍ଭୁ’ ଲୋକଙ୍କ ମନ ମୋହିଛି। ଏଭଳି ଉଦ୍ୟମ ପାଇଁ ତାଙ୍କୁ ଶୁଭେଚ୍ଛା। ସେ ତାଙ୍କ କଣ୍ଠରେ ସମସ୍ତଙ୍କୁ ଆକର୍ଷିତ କରୁଥାନ୍ତୁ।’ ଅଭିଲିପ୍ସା ମଧ୍ୟ ଏହି ଟ୍ବିଟ୍କୁ ରିଟ୍ବିଟ୍ କରି କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଲେଖିଛନ୍ତି ‘ଆପଣ ସବୁବେଳେ କଳାକାରଙ୍କ ସହିତ ଛିଡ଼ା ହୋଇଛନ୍ତି। ଆପଣଙ୍କ ସମର୍ଥନ ଆମକୁ ପ୍ରେରଣା ଦିଏ, ଧନ୍ୟବାଦ।’
‘ହର ହର ଶମ୍ଭୁ’ ଗୀତର ଗାୟିକା ଅଭିଲିପ୍ସାଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ
/sambad/media/post_attachments/wp-content/uploads/2022/08/23ac418f-ebe3-4e16-8647-ff96b38ed995.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)