ଦିଲ୍ଲୀ ପଦଯାତ୍ରା ସାରି ଫେରିଲେ ଅଭିରାମ

ଝାରସୁଗୁଡ଼ା : ନିଶା ବର୍ଜନ ଓ ପ୍ରତିଦିନ ବ୍ୟାୟାମ କରିବାକୁ ଜନସଚେତନତା ସୃଷ୍ଟି ପାଇଁ ଝାରସୁଗୁଡ଼ା ଦୁର୍ଲଗା ଗ୍ରାମର ବରିଷ୍ଠ ନାଗରିକ ଅଭିରାମ ଶତପଥୀ (୬୩ ବର୍ଷ) ଦିଲ୍ଲୀ ପଦଯାତ୍ରାରେ ଯାଇ ସୋମବାର ସନ୍ଧ୍ୟାରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶ୍ରୀ ଶତପଥୀ ଗତ ଜାନୁଆରି ୬ ତାରିଖରେ ଝାରସୁଗୁଡ଼ାଠାରୁ ପୁରୀ ଅଭିମୁଖେ ପଦଯାତ୍ରାରେ ବାହାରିଥିଲେ। ସେଠାରୁ ପୁଣି ଦିଲ୍ଲୀ ଯିବାକୁ ନିଷ୍ପତ୍ତି ନେଇ ଦିଲ୍ଲୀ ଅଭିମୁଖେ ବାହାରିଥିଲେ। ଦିଲ୍ଲୀରେ ସେ ଗତ ୨୫ ତାରିଖରେ ପହଞ୍ଚିଥିଲେ। ଦିଲ୍ଲୀରୁ ଆଜି ସେ ବିମାନରେ ଝାରସୁଗୁଡ଼ା ଫେରି ଆସିଛନ୍ତି।

ସମ୍ବନ୍ଧିତ ଖବର